fbpx

ରାଜ୍ୟରେ କରୋନାର ସ୍ଥିତି ଅସ୍ପଷ୍ଟ, ଆଜି ୨୮୦୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ ପରେ ମଧ୍ୟ ୧୫ ଦିନ ଧରି ୩ ହଜାର ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତ ମାସ ୧୪ ତାରିଖରୁ ଏହି ପ୍ରକ୍ରିୟା ଜାରି ରହିଛି । ମାତ୍ର ଅଳ୍ପ ଦିନ ପାଇଁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିଲା । ଗତ ଛଅ ଦିନ ହେଲା ୩ ହଜାର ତଳକୁ ଏବେ ସଂକ୍ରମଣ ଖସିଛି । ଏହା ମଧ୍ୟରେ ଆଜି ପୁଣି ୨୮୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୬୧୩ ଓ ସ୍ଥାନୀୟ ଅଞ୍ଚଳରୁ ୧୧୯୩ ଜଣ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାର ୧୩୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୩ ହଜାର ୧୭୮ ରହିଥିବା ବେଳେ ୨୭ ହଜାର ୪୨୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.