fbpx

୨୪ଘଣ୍ଟାରେ ୨୯୪ଜଣଙ୍କ ମୃତ୍ୟୁ

Advertisement

ନୂଆଦିଲ୍ଲୀ, ୬ା୬: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ସର୍ବାଧିକ ୯୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୪ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଦେଶରେ ସମୁଦାୟ ୨ଲକ୍ଷ ୩୬ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା୬ହଜାର୬୪୨କୁ ବୃଦ୍ଧି ପାଇଛି । ୧ଲକ୍ଷ ୧୫ହଜାର ୯୪୨ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୧୪ହଜାର ୭୩ଜଣ ଚିକିତ୍ସାଧୀନ ଅଛନ୍ତି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୨୮୪୯, ଗୁଜୁରାଟରେ ୧୧୯୦, ଦିଲ୍ଲୀରେ ୭୦୮, ମଧ୍ୟପ୍ରଦେଶରେ ୩୮୪, ପଶ୍ଚିମବଙ୍ଗରେ ୩୬୬, ଉତ୍ତରପ୍ରଦେଶରେ ୨୫୭, ରାଜସ୍ଥାନରେ ୨୧୮, ତାମିଲନାଡୁରେ ୨୩୨ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.