ଘାତକ ସାଜିଲା ବଜ୍ରପାତ, ଚାଲିଗଲା 3 ଜୀବନ

ଭୁବନେଶ୍ୱର: ବଜ୍ରାଘାତରେ ଚାଲିଗଲା 3ଟି ଜୀବନ। ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତରେ 3 ମୃତ। କୁଚିଣ୍ଡା ଥାନା ସୁବର୍ଣ୍ଣପାଲିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଯାଜପୁରର ଜେନାପୁରରେ ଜଣଙ୍କର ମୃତ୍ୟୁ ହୋଇଛି।

ଯାଜପୁରର ଜେନାପୁର ଥାନା ବଳଭଦ୍ରପୁର ନିକଟରେ ବିଲରେ କାମ କରୁଥିବାବେଳେ ଜଣେ ଚାଷୀ ବଜ୍ରାଘାତରେ ଶିକାର ହୋଇଛନ୍ତି ଏବଂ ଭଦ୍ରକ କୋଡ଼ବରୁଆ ଗାଁରେ ଏହି ବଜ୍ରାଘାତ ଯୋଗୁଁ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି।