(video)ମନ୍ଦିର ଭିତରେ ଦଳାଚକଟା, ହାତୀ ଆକ୍ରମଣରେ ୩ ମୃତ, ୨୦ରୁ ଆଧିକ ଆହତ

ପୁଣି ଏକ ଅଘଟଣ। ମନ୍ଦିର ଭିତରେ ଉତ୍ସବ ଚାଲିଥିବା ବେଳେ, ହାତୀର ଆକ୍ରମଣ। ଘଟଣାରେ ୩ ମୃତ, ଅନେକ ଆହତ ହସ୍ପିଟାଲରେ ଭର୍ତ୍ତି।

କେରଳ: ମନ୍ଦିର ଭିତରେ ଘଟିଗଲା ବଡ଼ ଧରଣର ଅଘଟଣ। ହାତୀ ପାଦ ତଳେ ଦଳି ହୋଇ ଚାଲିଗଲା ୩ ଜଣଙ୍କ ଜୀବନ। ଏବେ ବି ଅନେକ ହସ୍ପିଟାଲ ବେଡରେ ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ।

ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ହେଲେ ସେହି ମନ୍ଦିର ଭିତରେ ଆଉ ସେହି ମନ୍ଦିରର ୨ ହାତୀଙ୍କ ପାଦ ତଳେ ଚାଲିଗଲା କେତୋଟି ନିରୀହ ଜୀବନ। ଆଉ ଏହି ଦୌଡା ଦୈଡି ଭିତରେ ଅନେକ ଆହତ ହୋଇ ପଡିଲେ। ଯେଉଁମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି।

କାହିଁକି ଘଟିଲା ଅଘଟଣ: ଗୁରୁବାର ସନ୍ଧ୍ୟାରେ କେରଳର କୋୟିଲାଣ୍ଡି ନିକଟସ୍ଥ ମାନକୁଲାଙ୍ଗାରା ମନ୍ଦିରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯେତେବେଳେ କି ମନ୍ଦିରରେ ପର୍ବ ଚାଲିଥିଲା। ଆଉ ଏହି ସମୟରେ ମନ୍ଦିରରେ ବାଣ ଫୁଟିବାର ଶବ୍ଦ ଶୁଭିଥିଲା।

ଠିକ୍ ସେହି ସମୟରେ ମନ୍ଦିରରେ ଥିବା ୨ଟି ହାତୀ, ଯେଉଁମାନେକି ଦୀର୍ଘ ଦିନ ହେବ ଏହି ମନ୍ଦିରରେ ପୂଜା ପାଇ ଆସୁଛନ୍ତି। ସେମାନେ ବାଣ ଶବ୍ଦ ଶୁଣି ଉତ୍ତେଜିତ ହୋଇଯାଇଥିଲେ। ଫଳରେ ହାତୀ ଦୁଇଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲେ।

ମନ୍ଦିରର କର୍ମକର୍ତ୍ତା ହାତୀକୁ ଆୟତ୍ତକୁ ଆଣିବା ପାଇଁ ଅନେକ ଚେଷ୍ଟା କରିଥିଲେ ସୁଦ୍ଧା। ହାତୀ ଦୁଇଟି ନିୟନ୍ତ୍ରଣକୁ ଆସିନଥିଲେ। ଏପରିକି ପୂର୍ବରୁ ମନ୍ଦିର ଭିତରେ ଉତ୍ସବ ପାଇଁ ଅନେକ ଲୋକ ଥିଲେ। ଆଉ ସେପଟେ ହାତୀ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ। ଦଳା ଚକଟା ଆରମ୍ଭ ହୋଇଯାଇଥିଲା।

ମୃତ ଏବଂ ଆହତଙ୍କ ସଂଖ୍ୟା: ଏହି ଦୁର୍ଘଟଣାରେ ୩ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ, ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଯେଉଁମାନଙ୍କୁ କି ଆମ୍ୱୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବନ ଅଧିକାରୀଙ୍କ ଆକ୍ସନ: ଏହି ଦୁର୍ଘଟଣା ପରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଏ.କେ. ସସୀନ୍ଦ୍ରନ୍ ଏହି ଘଟଣା ସମ୍ପର୍କରେ ଜିଲ୍ଲା କଲେକ୍ଟର ଏବଂ ଉତ୍ତର ଅଞ୍ଚଳର ମୁଖ୍ୟ ବନ ସଂରକ୍ଷକଙ୍କୁ ତୁରନ୍ତ ରିପୋର୍ଟ ମାଗିଛନ୍ତି।

ଏକ ସରକାରୀ ବିବୃତ୍ତି ଅନୁଯାୟୀ, ମନ୍ତ୍ରୀ କହିଛନ୍ତି ଯେ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେରଳର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନିୟମ ଉଲ୍ଲଂଘନ ହୋଇଛି କି ନାହିଁ ତାହା ମଧ୍ୟ ତଦନ୍ତ କରାଯିବ।

ସରକାରଙ୍କ ନିର୍ଦ୍ଦେଶ: ଏହି ଦୁର୍ଘଟଣା ଘଟିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଆହତଙ୍କ ଚିକିତ୍ସା ପାଇଁ କୋୟିଲାଣ୍ଡି ତାଲୁକ ହସ୍ପିଟାଲ ଏବଂ କୋଝିକୋଡ ମେଡିକାଲ କଲେଜରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜର୍ଜ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆହତଙ୍କ ଚିକିତ୍ସା ପାଇଁ ଉଭୟ ହସ୍ପିଟାଲରେ ପର୍ଯ୍ୟାପ୍ତ ବିଶେଷଜ୍ଞ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ରହିବେ। ସମସ୍ତ ଆହତଙ୍କର ମାଗଣା ଚିକିତ୍ସା କରିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।