fbpx

ବାହୁଡାଯାତ୍ରାରେ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ: ରଥଟଣା ବେଳେ ପ୍ରାଣ ହରାଇଲେ ୩ ଭକ୍ତ

ଭୁବନେଶ୍ୱର: ଆଜି ପବିତ୍ର ବାହୁଡାଯାତ୍ରା । ମାଉସୀମା’ ମନ୍ଦିରରେ ୯ ଦିନର ଲୀଳାଖେଳା ପରେ ପୁଣି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ୩ ଦିଅଁ । କିନ୍ତୁ ଏଭଳି ଏକ ପବିତ୍ର ଦିବସରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି । ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କୁ ବାହୁଡା ପର୍ବରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୩ ଜଣ ଶ୍ରଦ୍ଧାଳୁ । ସମସ୍ତଙ୍କର ଭିନ୍ନ ଭିନ୍ନ କାରଣରୁ ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, କୋରାପୁଟ କୋଲାବ ନଗରରେ ରଥଟଣା ସମୟରେ ଜଣେ ପ୍ରାଣ ହରାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ରଥଟଣା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି । ତେବେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଯୋଡାରେ ମଧ୍ୟ ବିଦ୍ୟୁତ ତାର ଯୋଗୁଁ ୨ ଜଣ ଭକ୍ତଙ୍କର ପ୍ରାଣହାନୀ ଘଟିଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଜଣ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଛନ୍ତି । ଏହାବ୍ୟତୀତ ଘଟଣାରେ ଜଣେ ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାକୁ ପଠାଯାଇଛି ।

Get real time updates directly on you device, subscribe now.