fbpx
BJD SKY
BJD SKY

ପୁଣି ‘ଟ୍ରିପଲ ତଲାକ’କୁ ମିଳିବ କି ଅନୁମତି? ସମର୍ଥନ କରୁଛି ଅଲ ଇଣ୍ଡିଆ ଶିୟା ପର୍ସନାଲ ଲ’ ବୋର୍ଡ

BJD

ନୂଆଦିଲ୍ଲୀ: ଇସଲାମ ସମ୍ପ୍ରଦାୟରେ ପ୍ରଚଳିତ ‘ଟ୍ରିପଲ ତଲାକ’ ପରମ୍ପରାକୁ ହଟାଇ ଦିଆଯାଇଛି । ୨୦୧୭ ମସିହାରୁ ଏହି ପ୍ରଥାକୁ ଅସମ୍ବିଧାନିକ ଘୋଷଣା କରିବା ସହ ଏହାକୁ ଅପରାଧର ଆଖ୍ୟା ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ବର୍ତ୍ତମାନ ଏହି ପରମ୍ପରାକୁ ପୁଣିଥରେ ଲାଗୁ କରିବା ପାଇଁ ଦାବି ଉଠିଛି । ଅଲ ଇଣ୍ଡିଆ ଶିୟା ପର୍ସନାଲ ଲ’ ବୋର୍ଡ (AISPLB) ଟ୍ରିପଲ ତଲାକ ପ୍ରଥାକୁ ସମର୍ଥନ ଜଣାଇଛି । ମହିଳାମାନଙ୍କ ସହିତ ଭୁଲ ଉପାୟରେ ହେଉଥିବା ତଲାକ ବା ଛାଡପତ୍ରର ବିରୋଧ କରିବା ହେଉଛି ଏହାର ପ୍ରମୁଖ କାରଣ ବୋଲି କହିଛି ବୋର୍ଡ ।

ତେବେ ଏହି ପ୍ରଥାକୁ ଅପରାଧ ବୋଲି ଘୋଷଣା କରିବା ପ୍ରସ୍ତାବକୁ ବିରୋଧ କରିଛି ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ (AIMPLB) । ସେହିପରି ଏଆଇଏସପିଏଲବିର ଜେନେରାଲ ସେକ୍ରେଟାରୀ ତଥା ଶିୟା ଧର୍ମଗୁରୁ ୟାସୁବ ଆବାସ କହିଛନ୍ତି ଯେ, ଟ୍ରପିଲ ତଲାକକୁ ନେଇ ଶିୟା ପର୍ସନାଲ ଲ’ ବୋର୍ଡ ସମ୍ପୂର୍ଣ୍ଣ ନିନ୍ଦା କରୁଛି । କାରଣ ଏହାଦ୍ୱାରା ପିଲାମାନଙ୍କ ଜୀବନ ମାତ୍ର ୩ଟି ଶବ୍ଦ(ତଲାକ-ତଲାକ-ତଲାକ) କହି ନଷ୍ଟ କରି ଦିଆଯାଉଛି । କିନ୍ତୁ ଯଦି ଏହି ଶବ୍ଦକୁ ୩ ଲକ୍ଷ ଥର ବି କୁହାଯାଏ, ତେବେ ଏହି ଛାଡପତ୍ର ହୋଇପାରିବ ନାହିଁ । ଏହାପରେ ଶିୟା ଧର୍ମଗୁରୁ ୟାସୁବ ଅବାସ କହିଛନ୍ତି ଯେ, ତଲାକ ନେବାର ଅଧିକାର ସମସ୍ତଙ୍କର ରହିଛି । ପିଲାମାନେ ମଧ୍ୟ ଏହି ଅଧିକାର ଅନୁଯାୟୀ ତଲାକ(ଛାଡପତ୍ର) ନେଇପାରିବେ । ସରକାର ନିୟମ ପ୍ରସ୍ତୁତ କରିଛନ୍ତି ସତ, କିନ୍ତୁ ଏହାକୁ କାର୍ଯ୍ୟକାରୀ ସେ କରିପାରୁ ନାହାନ୍ତି । ସେଥିପାଇଁ ତିନି ଥର ତଲାକ କହିଦେବାରେ ହିଁ ପିଲାମାନଙ୍କ ଜୀବନ ନଷ୍ଟ ହୋଇଯାଉଛି । ତେଣୁ ପିଲାମାନଙ୍କ ଜୀବନ ସୁଧାରିବା ପାଇଁ ଏ ନେଇ ଏକ କଡା ନିୟମ ପ୍ରଣୟନ କରିବା ପାଇଁ ସେ ଦାବି କରିଛନ୍ତି ।

ସୂଚନା ଅନୁସାରେ, ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ୨୦୧୭ ମସିହା ଅଗଷ୍ଟ ୨୨ ତାରିଖରେ ‘ଟ୍ରିପଲ ତଲାକ’ ପ୍ରଥାକୁ ଅସମ୍ବିଧାନିକ ବୋଲି ଘୋଷଣା କରିଥିଲେ । ୧୪୦୦ ବର୍ଷ ପୁରୁଣା ଏହି ପରମ୍ପରାକୁ ଅସମ୍ବିଧାନିକ ବୋଲି ଘୋଷଣା କରିବା ସହ ଏ ନେଇ ନିୟମ ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ସରକାରଙ୍କ ନିୟମ ଅନୁସାରେ ଏହି ଅପରାଧ ଯୋଗୁଁ ୩ ବର୍ଷ ଜେଲଦଣ୍ଡ ହୋଇପାରେ । ତେବେ ଏହି ନିୟମ ନେଇ ସୁପ୍ରିମକୋର୍ଟରେ ଅନେକ ଆବେଦନ ଦାଖଲ ହୋଇଛି । ଏହା ଇସଲାମିକ ଧର୍ମର ବିରୋଧ ବୋଲି କହି ସମ୍ବିଧାନର ଅଧାରା ୧୩, ୧୪, ୧୫, ୨୧ ଏବଂ ୨୫ର ଉଲ୍ଲଙ୍ଘନ ବୋଲି ଦାବି ହୋଇଛି ।

Get real time updates directly on you device, subscribe now.