fbpx

ବାମରା ରେଳ ଷ୍ଟେସନ୍‌ରେ ରହିବ ୩ଟି ଏକ୍ସପ୍ରେସ ଟ୍ରେନ୍‌

ବାମରା, (ଭାସ୍କର ନ୍ୟୁଜ୍‌): ଦକ୍ଷିଣ- ପୂର୍ବ ରେଳ ବାମରା ରେଳ ଷ୍ଟେସନରେ ଗତ ପ୍ରାୟ ୨ ବର୍ଷ ହେବ କରୋନା ମହାମାରୀ ଯୋଗୁଁ ଛିଡା ହେଉଥିବାରୁ ଅନେକ ଏକ୍ସପ୍ରେସ ଟ୍ରେନ୍‌ର ରହଣୀ ଏଠାରେ ଉଚ୍ଛେଦ କରାଯାଇଥିଲା । ତେବେ ବର୍ତ୍ତମାନ କେତେ ଗୁଡିଏ ଟ୍ରେନ୍‌ର ରହଣୀ ପରୀକ୍ଷା ମୂଳକ ଭାବେ ଦିଆଯାଇଛି । ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରମ୍ବାର ଦାବି ପତ୍ର ପ୍ରଦାନ କରାଯାଇଛି । ଗତ ୩/୪ ଦିନ ପୂର୍ବେ ଏକ ବଡ଼ ଧରଣର ରେଳ ରୋକୋ ଆନ୍ଦୋଳନ କରାଯାଇଥିଲା । ଫଳରେ ୮ ଘଣ୍ଟା ପର୍ଯ୍ୟନ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏନେଇ ରେଳ ବିଭାଗ, ସ୍ଥାନୀୟ ପ୍ରଶାସନ ଓ ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଲୋଚନା ହୋଇଥିଲା । ଏଥିରେ ରେଳ ବିଭାଗ ପକ୍ଷରୁ ୩ଟି ଏକ୍ସପ୍ରେସ ଟ୍ରେନ୍‌ର ରହଣୀକୁ ସ୍ଥାୟୀ କରାଯାଇଛି ।

ସେହି ଟ୍ରେନ୍‌ ଗୁଡିକ ହେଲା ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌, ଦୁର୍ଗ-ରାଜେନ୍ଦ୍ର ନଗର ସାଉଥ ବିହାର ଏକ୍ସପ୍ରେସ୍‌ ଓ ହାୱଡା-ଅହମଦାବାଦ ଏକ୍ସପ୍ରେସ । ତେବେ ଆଜି ଠାରୁ ପୁରୀ-ଯୋଗ ନଗରୀ ଉତ୍କଳ ଏକ୍ସପ୍ରେସକୁ ପରୀକ୍ଷା ମୂଳକ ଭାବେ ରହଣି କରାଯାଇଛି । ଏହି ଅବସରରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଏହି ସମୟରେ ଚକ୍ରଧର ପୁର ଡିଆରଏମ୍‌ ବିଜୟ କୁମାର ସାହୁ, ଡିସିଏମ୍‌ ମନୀଷ ପାଠକ, ସିନିଅର ଡିଏନ୍‌ ପ୍ରେମ ଶଙ୍କର, ଏଏସ୍‌ସି ରାଜୀବ ଉପାଧ୍ୟାୟ, ଏଆର୍‌ଏମ୍‌ ଅଜିତ କୁମାର ପଣ୍ଡା, ଏସିଏମ୍‌ ଅଶ୍ୱନୀ କୁମାର ମିଶ୍ର, କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋଏଲ, ବାମରା ତହସିଲଦାର ଅନିଲ କୁଲୁ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପୂର୍ବତନ ବିଧାୟକ ତଥା ଡିଆର୍‌ସିସିୟୁ ମେମ୍ବର ତଥା ସମ୍ବଲପୁର ସାଂସଦ ନୋମିନି ବୃନ୍ଦାବନ ମାଝୀ, ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ କୁମୁଦିନୀ ନାଏକ, ବାମରା ବ୍ଲକ ଜୋନ-୧ ଜିଲ୍ଲା ପରିଷଦ ସଭ୍ୟ ଜନ୍ମେଜୟ ଟପୋ, ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ବିମଳା ଲାକ୍ରା, ପୂର୍ବତନ ବାମରା ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ରଙ୍କ ସମେତ ବାମରା ରେଳ କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟ କାରିଣୀ ସଭାପତି ଅନୁଭବ ଲାଠ, ସମ୍ପାଦକ କ୍ଷୀରୋଦ ସା, କମିଟି ସଦସ୍ୟ ସଦୀପ ଖଣ୍ଡେଲୱାଲ, ପ୍ରଶାନ୍ତ ଶତପଥୀ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.