fbpx

ଭୁବନେଶ୍ୱରରେ ଜାମତାରା ଗ୍ୟାଙ୍ଗ: ଗିରଫ ହେଲେ ୩ ଠକ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବଜାରେ ଜାମତାର ଗ୍ୟାଙ୍ଗର ତିନି ଠକ । କ୍ରାଇମବ୍ରାଞ୍ଚ ପଞ୍ଝାରେ ପଡ଼ିଲେ ଜାମତାରା ଗ୍ୟାଙ୍ଗର ୩ ଠକ । ରସୁଲଗଡ଼ରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଏମାନେ ମୁଖ୍ୟତଃ ସାଇବର ଠକେଇରେ ସଂପୃକ୍ତ ଥିଲେ ।

ଶନିବାର ଏନେଇ କ୍ରାଇମବାଞ୍ଚ ଏଡିଜି ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି । ଏଡିଜି କହିଛନ୍ତି ଯେ ଜାମତାରା ଗ୍ୟାଙ୍ଗର ୩ ଜଣକୁ ଗିରଫ କରାଯାଇଛି । ଭୁବନେଶ୍ୱରରୁ ଗ୍ୟାଙ୍ଗର କାର୍ଯ୍ୟକଳାପ ଅପରେଟ ହେଉଥିଲା । ବିଭିନ୍ନ ବ୍ୟାଙ୍କର ଗ୍ରାହକଙ୍କ ତଥ୍ୟ ସଂଗ୍ରହ କରି ଲୋକଙ୍କୁ ଲୁଟୁଥିଲେ । ଲୋକଙ୍କୁ ଏସଏମଏସ, ଗିଫ୍ଟ କାର୍ଡ ଯୋଜନା, କେୱାଇସି ଅପଡେଟ ନାଁରେ ଠକୁଥିଲେ ଏହି ଠକ । ସେମାନଙ୍କଠାରୁ ଲାପଟପ୍, ଏଟିଏମ କାର୍ଡ, ମୋବାଇଲ ଜବତ ହୋଇଥବା ନେଇ ସୂଚନା ଦେଇଛନ୍ତି ଏଡିଜି ।

ଗିରଫ ଦୁଇଜଣକ ମଧ୍ୟରୁ ୨ ଅଭିଯୁକ୍ତ ଝାଡ଼ଖଣ୍ଡର ପ୍ରଧୁମ ମଣ୍ଡଳ ଓ କ୍ରିଷ୍ଣ କୁମାର ମଣ୍ଡଳ । ଅନ୍ୟ ଜଣେ ଅଭିଯୁକ୍ତ ଧାନବାଦର ଚେତଲାଲ ମଣ୍ଡଳ । ଡିସେମ୍ବର ୨୮ରୁ ଭୁବନେଶ୍ୱରରେ ଆସି ରହୁଥିଲେ । ରସୁଲଗଡ଼ରେ ଏକ ଭଡ଼ା ଘର ନେଇ ଚଳାଇଥିଲେ ନେଟୱର୍କ ।

Get real time updates directly on you device, subscribe now.