ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩ଟି ଗେଟ : ଜଳସ୍ତର ୬୨୯.୭୧ ଫୁଟ

ସମ୍ବଲପୁର : ଗୋଟି ଗୋଟି କରି ପୁଣି ଖୋଲୁଛି ହୀରାକୁଦ ଡ୍ୟାମର ଗେଟ । ଆଜି ସକାଳ ସମୟରେ ୭ଟା ଗେଟ ଖୋଲି ଥିବା ବେଳେ ପୁଣି ୩ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ମୋଟ ୧୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦର ଜଳସ୍ତର ୬୨୯.୭୧ ଫୁଟ ହୋଇଛି ।

ସୂଚନା ଅନୁସାରେ, ଆଜି ସକାଳେ ୭ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଏବେ ପୁଣି ୩ଟି ଗେଟ ଖୋଲା ଯାଇଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୯.୭୧ ଫୁଟ ହୋଇଛି । ଡ୍ୟାମକୁ ୭୯ ହଜାର ୧୦୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୫୫ ହଜାର ୩୩୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।