Breaking: ଭୁବନେଶ୍ବରରେ ଘର ଭୁଶୁଡ଼ି ଚାପି ହୋଇଗଲେ 3 ଶ୍ରମିକ

ପୋଖରୀପୁଟ ଲିଙ୍ଗରାଜବିହାରରେ ଘର ଭୁଶୁଡ଼ି ୩ ଶ୍ରମିକ ଚାପି ହୋଇଗଲେ ।

ଭୁବନେଶ୍ବର: ଘର ଭୁଶୁଡ଼ି ଚାପି ହୋଇଗଲେ 3 ଜଣ ଶ୍ରମିକ । ଏଭଳି ଅଭାବନୀୟ ଘଟଣା ଘଟିଛି  ଭୁବନେଶ୍ବର ସ୍ଥିତ ପୋଖରୀଫୁଟ ଲିଙ୍ଗରାଜ ବିହାରରେ ।

ଖବର ଅନୁସାରେ, ଏକ ପୁରୁଣା କୋଠାର ଛାତ ଭାଙ୍ଗିବା ବେଳେ ହଠାତ୍ ପିଲର ଭୁଶୁଡ଼ି ପଡିଥିଲା । ଫଳରେ କାର୍ଯ୍ୟରତ ଥିବା 3 ଜଣ ଶ୍ରମିକ ଚାପି ହୋଇଯାଇଥିଲେ ।

ଚାପି ହୋଇଗଲେ 3-  ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ 2 ଜଣ ଶ୍ରମିକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ସୂଚନା ରହିଛି । ଆଉ ଜଣେ ଶ୍ରମିକ ବର୍ତ୍ତମାନ ସୁଦ୍ଧା ମଧ୍ୟ ଚାପି ହୋଇ ରହିଛନ୍ତି ।

ବାହନଗାର ଥିଲେ ଶ୍ରମିକ- ତେବେ ଏକ ନୂଆ ଘର ତିଆରି କରିବା ପାଇଁ ପୁରୁଣା ଘରକୁ ଭଙ୍ଗା ଯାଉଥିଲା । ଦୁର୍ଘଟଣା ସମୟରେ ପ୍ରବଳ ବର୍ଷା ଏବଂ ପବନ ହେବାରୁ ବିଦ୍ୟୁତ କାଟ ମଧ୍ୟ ହୋଇଥିଲା । ଫଳରେ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସାମାନ୍ୟ ବିଳମ୍ବ ହୋଇଥିଲା ।

ତେବେ ଶ୍ରମିକମାନେ ବାହନଗାରୁ ଆସି ଭୁବନେଶ୍ବରରେ କାର୍ଯ୍ୟ କରୁଥିବା ସୂଚନା ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପରିଚୟ ସ୍ପଷ୍ଟ ହୋଇପାରି ନାହିଁ ।