fbpx

ଆଉ ୩ ଦିନ ହିଟୱେଭ୍ , ସତର୍କ ରହିବାକୁ ପରାମର୍ଶ ଦେଲେ ଏସ୍‌ଆରସି

Advertisement

ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ଆଉ ୩ ଦିନ ହିଟୱେଭ୍ ଜାରି ରହିବ । ହିଟୱେଭ୍ ନେଇ ସତର୍କ କଲେ ଏସ୍‌ଆରସି ସତ୍ୟବ୍ରତ ସାହୁ । ୩ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓ କେନ୍ଦ୍ରାଞ୍ଚଳରେ ହିଟୱେଭ୍ ରହିବ । ହିଟ୍‌ୱେଭ୍ ଲାଗି ପିକ୍ ଆୱାରରେ ବାହାରିବାକୁ ନ ବାହାରିବାକୁ ପରାମର୍ଶ । ଦିନ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ଖରାରେ କାମ କରିବା ମନା । ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଗତକାଲି ସୁନ୍ଦରଗଡ ଜିଲ୍ଲାରୁ ୧୨ ଓ ଝାରସୁଗୁଡାରୁ ୬ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଏହା ଅଂଶୁଘାତ ଜନିତ ମୃତ୍ୟୁ କି ଅନ୍ୟ କେଉଁ କାରଣରୁ ମୃତ୍ୟୁ ହୋଇଛି ତଦନ୍ତ ପରେ ଜଣାପଡିବ ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.