fbpx

ସେକ୍ସ ପାଇଁ ହେଉଛି ସଂକ୍ରମଣ! ୪ ମଙ୍କିପକ୍ସ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ସଂକ୍ରମଣର କାରଣ ପାଲଟିଲା ଶାରୀରିକ ସମ୍ପର୍କ

ନୂଆଦିଲ୍ଲୀ: ଭାରତରେ ଏବେ ପର୍ଯ୍ୟନ୍ତ ମୋଟ ୪ ଜଣ ବ୍ୟକ୍ତିଙ୍କ ଦେହରେ ମଙ୍କିପକ୍ସ ଭାଇରସ ଚିହ୍ନଟ ହୋଇଛି । ବାହାର ଦେଶରୁ ଆସିଥିବା ପ୍ରବାସୀ ପ୍ରଥମ ଏହି ଭାଇରସରେ ସଂକ୍ରମିତ ହୋଇଥିଲେ । ଏହାପରେ ଅନ୍ୟ ୩ ଜଣ ମଧ୍ୟ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହି ମଙ୍କିପକ୍ସ ସଂକ୍ରମଣର ଏକ ବଡ କାରଣ ଏବେ ସାମନାକୁ ଆସିଛି । ମଙ୍କିପକ୍ସରେ ଚିହ୍ନଟ ହୋଇଥିବା ୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ସଂକ୍ରମଣର କାରଣ ଶାରୀରିକ ସମ୍ବନ୍ଧ ବୋଲି କହିଛନ୍ତି ଉଚ୍ଚପଦସ୍ଥ ଅଧିକାରୀ । ଦିଲ୍ଲୀରେ ଭର୍ତ୍ତି ହୋଇଥିବା ୩୪ ବର୍ଷୀୟ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଆଇସୋଲେଟ ହୋଇଥିବା ଜଣାଯାଇଛି ।

ଆକ୍ରାନ୍ତ ସଠିକ ସୂଚନା ଦେବାରେ ଅସମର୍ଥ ହେଉଛନ୍ତି । ଫଳରେ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ମନାଲୀରେ ଏହି ବ୍ୟକ୍ତି ଜଣକ କେଉଁ ବିଦେଶୀ ପର୍ଯ୍ୟଟକ କିମ୍ବା ମଙ୍କିପକ୍ସ ସଂକ୍ରମିତ ଥିବା କୌଣସି ଗ୍ରୁପ ସମ୍ପର୍କରେ ଆସିଥିବା ଅନୁମାନ କରୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ମଙ୍କିପକ୍ସର ଲକ୍ଷଣ ଚିହ୍ନଟ ହେବା ପରେ ୩ ଦିନ ତଳେ ମୌଲାନା ଆଜାଦ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ବ୍ୟକ୍ତିଙ୍କ ନମୁନା ପୁଣେର ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ ବାୟରୋଲୋଜି ପଠାଯାଇଥିଲା । ସେଠାରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି ।

ମଙ୍କିପକ୍ସକୁ ସର୍ବଭାରତୀୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଏହାସହିତ ସମସ୍ତ ଦେଶକୁ ଏଥିପାଇଁ ସତର୍କ ଏବଂ ସଚେତନ ରହିବା ପାଇଁ ପରାମର୍ଶ ଦେଇଛି ଡବ୍ଲୁଏଚଓ । ଏହା ସହିତ ପୁରୁଷମାନଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖୁଥିବା ଲୋକଙ୍କ ସ୍ୱାସ୍ଥ୍ୟ, ମାନବିକ ଅଧିକାର ଏବଂ ପ୍ରଭାବିତ ସମ୍ପ୍ରଦାୟର ଲୋକମାନଙ୍କ ସମ୍ମାନର ଯଥେଷ୍ଟ ଧ୍ୟାନ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

ସୂଚନା ଅନୁସାରେ ଏବେ ପର୍ଯ୍ୟନ୍ତ ମୋଟ ୭୫ ଦେଶରୁ ୧୬ ହଜାରରୁ ଅଧିକ ଜଣ ମଙ୍କିପକ୍ସରେ ସଂକ୍ରମଣ ହୋଇ ସାରିଛନ୍ତି । ଏହାବ୍ୟତୀତ ୫ ଜଣ ସଂକ୍ରମିତ ପ୍ରାଣ ହରାଇଥିବା ମଧ୍ୟ ରେକର୍ଡ ହୋଇଛି । ତେବେ ଏହି ସଂକ୍ରମଣ ଖୁବ ଦ୍ରୁତ ବେଗରେ ବିଭିନ୍ନ ଦେଶକୁ ବ୍ୟାପୁଥିବା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Get real time updates directly on you device, subscribe now.