fbpx

ପାକିସ୍ତାନର ୩ କ୍ରିକେଟରଙ୍କୁ କରୋନା; ସୂଚନା ଦେଲା ପିସିବି

Advertisement

ନୂଆଦିଲ୍ଲୀ: ପାକିସ୍ତାନର ୩ ଜଣ ମହିଳା ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରାଚୀରେ ଚାଲିଥିବା ଅଭ୍ୟାସ ଶିବିରରୁ ୩ ଜଣ ମହିଳା ଖେଳାଳି କରୋନାରେ ଆକ୍ରାନ୍ତ ଥିବା ନେଇ ପିସିବି ପକ୍ଷରୁ ସୂଚନା ଦିଆଯାଇଛି । ହନିଫ ମହମ୍ମଦ ହାଇ ପର୍ଫମାନ୍ସ ସେଣ୍ଟରରେ ଅଭ୍ୟାସ ପାଇଁ ଖେଳାଳି ମାନେ ଏକତ୍ରିତ ହୋଇଥିବା ବେଳେ ଆସନ୍ତା ୬ ତାରିଖ ଯାଏଁ କ୍ୱାରେଣ୍ଟିନରେ ଅଛନ୍ତି ।

ବୁଧବାର କରାଯାଇଥିବା ରୁଟିନ ଚେକଅପରେ ୩ ଜଣ ଖେଳାଳି କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ତେବେ ପିସିବି ପକ୍ଷରୁ ଏହି ଖେଳାଳି ମାନଙ୍କ ନାମ ପ୍ରକାଶ କରାଯାଇନାହିଁ । ୱେଷ୍ଟ ଇଣ୍ଡିଜ ପାକିସ୍ତାନ ଆସିବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୮, ୧୧ ଓ ୧୪ ତାରିଖରେ ୱେଷ୍ଟଇଣ୍ଡିଜ ତିନୋଟି ଦିନିକିଆ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.