fbpx
BSKY SKY
BSKY SKY

ଗାଧୋଉଥିବା ବେଳେ ମହାନଦୀରେ ଭାସିଗଲେ ୩ ଜଣ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀରେ ଭାସିଗଲେ ୩ ଜଣ ଲୋକ । ଗାଧୋଉଥିବା ବେଳେ ଏହି ୩ ଜଣ ଲୋକ ଭାସି ଯାଇଛନ୍ତି । ସମ୍ବଲପୁର ସ୍ଥିତ ଦଲେଇପଡା ଘାଟରେ ଗାଧୋଉଥିବା ବେଳେ ଏହି ତିନି ଜଣ ଲୋକ ନିଖୋଜ ହୋଇଥିବା ଜଣାପଡିଛି । ୩ ଜଣ ଭାସି ଯାଇଥିବା ଲୋକଙ୍କ ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି ।
ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି । ଦଲେଇପଡା ଘାଟରେ ଅପରାହ୍ନ ୪ଟା ସମୟରେ ପେନସନପଡାର ୪୦ ବର୍ଷିୟ ଏମଡି ଅଲତାଫ ତାଙ୍କ ର ପୁଅ ଏମଡି ଅଲତାଫ ଓ ଝିଅ ରୁକସାନା ପରଵିନ ଗାଧେଇବା କୁ ଆସିଥିବା ସମୟରେ ପାଣି ର ସୁଅରେ ଭାସି ଯାଇଥିବା ଅଭିଯୋଗ ହୋଇଛି । ପରେ ନଦୀ ଘାଟ ନିକଟରେ ଗାଧୋଉଥିବା ସମୟରେ ଅନ୍ୟ ଲୋକେ ପୋଲିସ ତଥା ଅଗ୍ନିଶମ କାଯ୍ୟାଳୟ କୁ ଖବର ଦେବା ପରେ ଉଦ୍ଧାର କାଯ୍ୟ ଆରମ୍ଭ ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ଅଧିକାରୀ ମାନେ ଉଦ୍ଧାର କାଯ୍ୟ ଯାରି ରଖିଛନ୍ତି । ତେବେ ବତ୍ତମାନ ପାଣିରେ ଭାସିଥିବା ପୁଅ ଏମଡି ଅଲତାଫକୁ ଉଦ୍ଧାର କରାଯାଇ ମେଡ଼ିକାଲ କୁ ପଠାଯାଇଛି । ଏବେ ମଧ୍ୟ ନିଖୋଜ ଥିବା ଝିଅ ଓ ତାଙ୍କ ବାପାର ମହାନଦୀ ରେ ସନ୍ଧାନ ଯାରି ରଖାଯାଇଛି

Get real time updates directly on you device, subscribe now.