fbpx

କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ ହେଲେ ୩ପୋଲିସ କର୍ମଚାରୀ

Advertisement

ବାଲେଶ୍ୱର, ୧୮ା୧୨(ଓଡ଼ିଶା ଭାସ୍କର): କାର୍ଯ୍ୟରେ ଅବହେଳା ଯୋଗୁଁ ଆଜି ୩ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ସେହି ୩ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବାଲେଶ୍ୱର ଏସପି । କର୍ମଦା ଥାନା ଏଏସଆଇ ଭକ୍ତହରି ପଟ୍ଟନାୟକ ନିଳମ୍ବନ ହୋଇଥିବା ବେଳେ ସେହିପରି ହାବିଲଦାର ଅରୁଣ ଧଳ ଓ କନେଷ୍ଟବଳ ମମତା ପାତ୍ର ନିଲମ୍ବିତ ହୋଇଛନ୍ତି । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ଧରିକି ଆଣିବା ବେଳେ ସେ ତାଙ୍କ କବଜାରୁ ଖସି ପଳେଇ ଯାଇଥିଲା । ଏନେଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.