fbpx

ଗୋଟିଏ ପରିବାରରେ ବିବାହ କରିଥିଲେ ତିନି ଭଉଣୀ; ଦୁଇଜଣ ଥିଲେ ଗର୍ଭବତୀ, ଅସହ୍ୟ ଯୌତୁକ ଯନ୍ତ୍ରଣାରୁ ହାରିଲେ ଜୀବନ

ରାଜସ୍ଥାନ: ଅସହ୍ୟ ହୋଇଛି ଯୌତୁକ ଯନ୍ତ୍ରଣା, ଶେଷରେ ଜୀବନ ହାରିଛନ୍ତି ଗୋଟିଏ ପରିବାରରେ ବିବାହ କରିଥିବା ତିନି ଭଉଣୀ । ଜୟପୁର ଦୁଦୁ ଅଞ୍ଚଳରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଶବ ଏକ କୂଅରୁ ଉଦ୍ଧାର ହୋଇଛି । ଏହି ଚାଞ୍ଚଲ୍ୟକର ଖବରକୁ ଆତ୍ମହତ୍ୟା ଘଟଣା ବୋଲି ପୋଲିସ ସନ୍ଦେହ କରୁଛି ।

ପୋଲିସ ସୂଚନା ମୁତାବକ ଏମାନଙ୍କ ମଧ୍ୟରୁ ତିନି ଜଣ ଭଉଣୀ ଅଟନ୍ତି । ସେମାନଙ୍କର ବିବାହ ଗୋଟିଏ ପରିବାରରେ ବହୁତ୍ କମ୍ ବୟସରେ ହୋଇଯାଇଥିଲା ଏବଂ ସେମାନଙ୍କର ଦୁଇ ପିଲା ମଧ୍ୟ ଥିଲେ । ତେବେ ସବୁଠୁ ଦୁଖଃଦ ଖବର ଏହା ଯେ,ନେମାନଙ୍କ ମଧ୍ୟରୁ ଦୁଇଜଣ ଗର୍ଭବତୀ ଥିଲେ । ଗତ ୨୫ ତାରିଖରେ ସେମାନେ ସାଙ୍ଗ ହୋଇ ବଜାରକୁ ଯାଇଥିଲେ, ତେବେ ସେମାନେ ଘରକୁ ନଫେରିବାରୁ ତାଙ୍କର ପରିବାର ଲୋକେ ପୋଲିସ ନିକଟରେ ନିଖୋଜ ମାମଲା ରୁଜୁ କରିବା ସହ ସେମାନେ ହଜିଯାଇଥିବା ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିଲେ ।

ତେବେ ଏହି ମାମଲାରେ ମହିଳାଙ୍କ ପରିବାର ଲୋକେ ହତ୍ୟା ଆରୋପ ଲଗାଇଛନ୍ତି । ତିନି ଭଉଣୀଙ୍କର ସମ୍ପର୍କିୟ ଭାଇ କହିଛନ୍ତି ଯେ, ତାଙ୍କର ଶାଶୁଘର ଲୋକେ ସେମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ । ସେମାନେ ଆମ ଭଉଣିଙ୍କୁ ହତ୍ୟା କରିଛନ୍ତି । ପୋଲିସକୁ ଶବକୁ ଖୋଜିବାରେ ସମୟ ଲାଗିଥିଲା । ଏହାସହ ପୋଲିସ ଶାଶୁର ଘର କିଛି ଲୋକଙ୍କୁ ନିଜ ହେପାଜତରେ ନେଇଛି । ତେବେ ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଉଛନ୍ତି କାଲୀ ଦେବୀ(୨୭), ମମତା ମୀଣା(୨୩) ଏବଂ କମଲେଶ ମୀଣା(୨୦) । ମୃତକଙ୍କ ମଧ୍ୟରେ ହର୍ଷିତ(୪) ଏବଂ ୨୦ ଦିନର ଏକ ଶିଶୁ ମଧ୍ୟ ସାମିଲ ଅଛି ।

ଜୟପୁର ଗ୍ରାମୀଣ ଏସପି ମନୀଷ ଅଗ୍ରୱାଲ କହିଛନ୍ତି ଯେ ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ମଧ୍ୟ ହ୍ୱାଟ୍ସାଆପ୍ ରେ ଏକ ଷ୍ଟାଟସ୍ ପୋଷ୍ଟ କରିଛନ୍ତି, ଏବଂ ସେ ଲେଖିଛନ୍ତି ପ୍ରତ୍ୟେକ ଦିନ ମରିବା ଅପେକ୍ଷା ଥରେ ମରିବା ଭଲ। ଏହି ତିନିଜଣ ମହିଳା ଘରୋଇ ନିର୍ଯାତନା ଶିକାର ହୋଇଥିବା ଜଣାପଡ଼ିଛି। ଜଣେ ସ୍ଥାନୀୟ ଲୋକଙ୍କ କହିବାନୁସାରେ, କାଲୀ ଦେବୀଙ୍କୁ ତାଙ୍କ ଶାଶୁଘର ଲୋକେ ପ୍ରବଳ ମାଡ଼ ମାରିଥିଲେ, ପରେ ତାଙ୍କୁ ୧୫ ଦିନ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ତାଙ୍କ ଆଖିରେ ଆଘାତ ଲାଗିଥିବା ବେଳେ ସେ ଡାକ୍ତରଖାନାରୁ ଫେରି ଆସିଥିଲେ।

୨୦୦୩ ରେ ଏହି ତିନିଜଣ ବାଲ୍ୟ ବିବାହ କରିଥିଲେ। କିନ୍ତୁ ଏହି ତିନିଜଣ ମହିଳା ରୋଜଗାର କରିବାକୁ ଚାହୁଁଥିଲେ ଏବଂ ଏଥିପାଇଁ କଠିନ ଅଧ୍ୟୟନ କରିଥିଲେ। ପୋଲିସ କନଷ୍ଟେବଳଙ୍କ ପରୀକ୍ଷାରେ ମମତାଙ୍କୁ ମନୋନୀତ କରାଯାଇଥିଲା, କାଲୁ ବିଏ ପାଠ୍ୟକ୍ରମର ଶେଷ ବର୍ଷରେ ପଢୁଥିଲେ ଏବଂ ସାନ ଭଉଣୀ କମଲେଶ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ।

ମହିଳାମାନେ କାମ କରିବାକୁ କିମ୍ବା ଅଧ୍ୟୟନ କରିବାକୁ ଚାହୁଁନଥିବା ସ୍ୱାମୀମାନେ ଜଣାଇଥିଲେ। ଶନିବାର ଦିନ ସେମାନଙ୍କ ଘରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏକ କୂଅରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ମାମଲାରେ ପୋଲିସ ବର୍ତ୍ତମାନ ତଦନ୍ତ କରୁଛି ।

 

Get real time updates directly on you device, subscribe now.