fbpx

ଲଜ୍ଜା: ୩ ଜଣ ଯବାନ ମିଶି କଲେ ମହିଳାଙ୍କୁ ଗଣଦୁଷ୍କର୍ମ, ଅଶ୍ଳୀଳ ଭିଡିଓ କରି ଦେଉଛନ୍ତି ଧମକ

ନୂଆଦିଲ୍ଲୀ: ରକ୍ଷକ ସାଜିଛନ୍ତି ଭକ୍ଷକ । ନୌସେନା ଓ ସ୍ଥଳସେନାର ୩ ଜଣ ଯବାନ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଖବର ସାମନାକୁ ଆସିଛି । ମହିଳା ଜଣକ ଦିଲ୍ଲୀ ପୋଲିସ୍ ରେ ଅଭିଯୋଗ କରିଛନ୍ତି । ପୋଲିସ୍ ଏବେ ଅଭିଯୁକ୍ତଙ୍କ ସନ୍ଧାନରେ ରହିଛି । ସୂଚନା ଯେ, ୩ ଅଭିଯୁକ୍ତ ମହିଳାଙ୍କୁ ଦୁଇଦୁଇ ଥର ଗଣଦୁଷ୍କର୍ମ କରିଛନ୍ତି ଓ ଅଶ୍ଳୀଳ ଭିଡିଓ ବି କରିଛନ୍ତି । ଉକ୍ତ ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ନେଇ ଧମକ ମଧ୍ୟ ଦେଇଥିଲେ ।

ମହିଳାଙ୍କ ଅଭିଯୋଗ ମୁତାବକ, ସେ ଘର ପାଖରେ ଥିବା ଏକ ପାର୍କରେ ବୁଲାବୁଲି କରୁଥିଲେ । ଏହି ସମୟରେ ତାଙ୍କ ଘର ପାଖରେ ରହୁଥିବା ଜଣେ ଅଭିଯୁକ୍ତ ଆସି ତାଙ୍କ ଘରକୁ ଯିବାକୁ କହିଥିଲେ । ପୀଡ଼ିତା ଜଣକ ପ୍ରଥମେ ମନା କରିଥିଲେ । ହେଲେ ବାଧ୍ୟ କରିବା ପରେ ସେ ଯାଇଥିଲେ । ଘରେ ଆଗରୁ ହିଁ ଅନ୍ୟ ଦୁଇଜଣ ଅଭିଯୁକ୍ତ ଉପସ୍ଥିତ ଥିଲେ । ସେମାନେ ମିଶି ବାରମ୍ବାର ତାଙ୍କ ସହିତ ଦୁଷ୍କର୍ମ କରିଥିଲେ ଓ ଭିଡିଓ ଶୁଟ୍ କରିଥିଲେ । ଆଉ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ । ତେବେ ଘଟଣା ପରେ ମହିଳା ଜଣକ ନିଜ ଘରକୁ ଯାଇଥିଲେ ଓ ଘରୁ ବାହାରିବା ବନ୍ଦ କରିଦେଇଥିଲେ ।

ତେବେ ସେତିକିରେ ମନ ଶାନ୍ତି ହୋଇନଥିଲା । ଦୁଇ ମାସ ପରେ ପୀଡ଼ିତା ଜଣକ ଯେତେବେଳେ ଘରୁ ବାହାରକୁ ବାହାରିଥିଲେ ସେ ସମୟରେ ପୁଣିଥରେ ତାଙ୍କୁ ଅଭିଯୁକ୍ତ ମାନେ ଧରି ନେଇ ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଇଥିଲେ । ପୀଡ଼ିତାଙ୍କୁ ମୁନରିକା ନେଇଯାଇଥିଲେ । ସେଠାରେ ଘରକୁ ନେଇଯାଇଥିବା ଅଭିଯୁକ୍ତ ସମେତ ଅନ୍ୟଜରେ ମିଶି ଦୁଷ୍କର୍ମ କରିଥିଲେ । ଏହି ଘଟଣା ପରେ ମହିଳା ଜଣକ ନିଜ ସ୍ୱାମୀଙ୍କ ସହିତ ଗାଁକୁ ଚାଲିଗଲେ ଓ ଦିଲ୍ଲୀ ଆସିବାକୁ ମନା କରିଦେଲେ ।

ଦିଲ୍ଲୀ ଆସିବାକୁ ମହିଳା ଜଣକ ଅମଙ୍ଗ ହେବାରୁ ସ୍ୱାମୀ ସନ୍ଦେହ କରି ମହିଳାଙ୍କୁ ଏହାର କାରଣ ପଚାରିଥିଲେ ଓ ପୂରା ଘଟଣା ସାମନାକୁ ଆସିଥିଲା । ଏହାପରେ ସ୍ୱାମୀଙ୍କ ସହିତ ଦିଲ୍ଲୀ ଆସି ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ପୋଲିସ୍ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ମାନେ ହେଉଛନ୍ତି ପେସାରେ ଯବାନ । ବର୍ତ୍ତମାନ ସେମାନେ ଫେରାର୍ ହୋଇଯାଇଛନ୍ତି । ସନ୍ଧାନରେ ଲାଗିଛି ପୋଲିସ୍ ।

 

Get real time updates directly on you device, subscribe now.