ଏୟାରପୋର୍ଟରୁ ଗିରଫ ହେଲେ ୩ ମହିଳା, ହିଜାବ କାଢ଼ିଲା ପରେ ପୋଲିସ ହୋଇଗଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତରେ ଏବେ ହିଜାବକୁ ନେଇ ବିବାଦ ଦେଖାଦେଇଛି । ଅନେକ ଏହାକୁ ପିନ୍ଧିବାକୁ ସମର୍ଥନ କରୁଥିବାବେଳେ ଅନେକ ଏହାକୁ ହଟାଇବାକୁ ଦାବି କରୁଛନ୍ତି । ଏହାରି ମଧ୍ୟରେ ଦୁବାଇର ଏବେ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ହିଜାବ ପିନ୍ଧିଥିବା ୩ ମହିଳାଙ୍କୁ ଗିରଫ କରାଯାଇଛି । ଆଉ ଏହାର କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । କାରଣ ଯେତେବେଳେ ସେମାନଙ୍କ ମୁହଁରୁ ହିଜାବ କଢ଼ାଯାଇଥିଲା ସେତେବେଳେ ସତ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଡେଲି ଷ୍ଟାରର ଏକ ରିପୋର୍ଟ ଅନୁଯାୟୀ ଦୁବାଇ ଏୟାରପୋର୍ଟରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଥିଲା । ଏଠାରେ ପୋଲିସ ତିନି ମହିଳାଙ୍କ ସନ୍ଦେହ ଆଧାରରେ ଗିରଫ କରିଥିଲା ସେମାନେ ହିଜାବ ପିନ୍ଧିଥିଲେ । କିନ୍ତୁ ଯେତେବେଳେ ସେମାନଙ୍କୁ ମୁହଁରୁ ହିଜବା ହଟାଯାଇଥିଲା ସେତେବେଳେ ଭିତରେ ତିନି ନାଇଜେରିଆ ପୁରୁଷ ବାହରିଥିଲେ ।

ସୂଚନା ଅନୁଯାୟୀ, ଏହି ତିନି ଯୁବକ ଅବୈଧ ଭାବରେ ଦୁବାଇରେ ପ୍ରବେଶ କରିବାକୁ ଚାହୁଥିଲେ । ସେମାନେ ନିଜକୁ ମହିଳା ଭାବରେ ସଜାଇ ଥିଲେ । ନିଜକୁ ମହିଳାଙ୍କ ପରି ଦେଖାଇବା ପାଇଁ ଶରୀରରେ ରଙ୍ଗ ଲଗାଇଥିଲେ ଏବଂ ଶରୀରକୁ ଘୋଡ଼ାଇ ରଖିଥିଲେ । ସେମାନେ ଟଙ୍କା ରୋଜଗାର ଲୋଭରେ ଦୁବାଇ ଆସିଥିଲେ ।

ଦୁବାଇରେ ଆଇନ କଡ଼ା ରହିଛି ଏମିତିରେ ମହିଳାଙ୍କ ବେଶରେ ପଶିବାର ଉଦ୍ଦେଶ୍ୟ ରଖିଥିବା ଏହି ମହିଳାଙ୍କୁ କଠୋର ଦଣ୍ଡ ମିଳିପାରେ । ସେଠାକାର ଆଇନ ଅନୁସାରେ ଅନ୍ୟର ନକଲ କଲେ କିମ୍ବା ତାଙ୍କର ଅପମାନ କରିଥାଏ ତେବେ ତାଙ୍କୁ ୩ ବର୍ଷର ଜେଲ ଦଣ୍ଡ ହୋଇପାରେ ।