Breaking: ଘରେ କେହି ପୁରୁଷ ନ ଥିବାବେଳେ ଶାଶୁ, ବୋହୂଙ୍କୁ ହାଣିଲେ ଦୁର୍ବୃତ୍ତ, ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ

ଭଦ୍ରକ: ଘରେ ପଶି ୩ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ । ଭଣ୍ଡାରିପୋଖରୀ ରାଜେନ୍ଦ୍ରନଗର ପଞ୍ଚାୟତ ଦେଓପଦା ଗାଁରେ ଘଟିଯାଇଛି ଏ ଅଭାବନୀୟ ଘଟଣା ।

ଘରେ କେହି ପୁରୁଷ ନ ଥିବାବେଳେ ୪ ଦୁର୍ବୃତ୍ତ ପଶି ଶାଶୁ ଓ ବୋହୂଙ୍କୁ ଜାଣିଥିବା ଜଣାପଡ଼ିଛି ।

୪ ଜଣ ଦୁର୍ବୃତ୍ତ ଘରେ ପଶି ଏ କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବଡ ବୋହୂଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।