fbpx

ଗାଡି ମାଲିକ ସାବଧାନ୍! ମୋଟା ଅଙ୍କର ଫାଇନ ସହ ହେବ ୩ ବର୍ଷ ଜେଲ; ଭୁଲରେ ବି ଭାଙ୍ଗନ୍ତୁନି ଏହି ନିୟମ

ନୂଆଦିଲ୍ଲୀ: ପ୍ରତିଦିନ ରାସ୍ତାରେ ଯିବା ବେଳେ ଅନେକ ଲୋକ ବାଇକରେ ଷ୍ଟଣ୍ଟ କରୁଥିବାର ଦେଖାଯାଇଥାଏ । ତେବେ ଏମାନଙ୍କ ଭିତରେ କିଛି ନାବାଳକ ବା ଛୋଟ ପିଲା ମଧ୍ୟ ଏମିତି ବିଦଜନକ କାରନାମା କରୁଛନ୍ତି । ଯାହା ସେମାନଙ୍କ ଜୀବନ ସହ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଟାଣି ଆଣୁଛି । ତେଣୁ କୌଣସି ପିଲା ଗାଡି ଶିଖିଗଲେ ସେମାନଙ୍କୁ ରାସ୍ତାରେ ଗାଡି ଚଳାଇବା ପାଇଁ ଅନୁମତି ମିଳିପାରିବ ନାହିଁ । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ କିଛି ନିୟମ ପ୍ରଣୟନ କରାଯାଇଛି । ଏହା ଅପରାଧ ଏବଂ ଏଥିପାଇଁ ଗାଡି ମାଲିକଙ୍କୁ ମୋଟା ଅଙ୍କର ଚାଲାଣ ସହିତ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଯିବାକୁ ପଡିପାରେ ।

ଅନେକ ସମୟରେ ଛୋଟ ପିଲା ଗାଡି ଚଳାଉଥିବା ଘଟଣା ସାମନାକୁ ଆସୁଛି । ଏଥିରେ କିଛି ମାମଲାରେ ଅବହେଳା ଯୋଗୁଁ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେବେ ଏଭଳି ଏକ ଘଟଣାରେ ଟ୍ରାଫିକ ପୋଲିସ ଜଣେ ଗାଡି ଚାଳକକୁ ଧରିବାରୁ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହାପରେ ଗାଡି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ମୋଟା ଅଙ୍କର ଚାଲାଣ ମଧ୍ୟ କାଟିଛନ୍ତି ଟ୍ରାଫିକ ପୋଲିସ । କାରଣ ୧୯୮୮ ମୋଟର ବାହନ ଅଧିନୟମରେ କୁହାଯାଇଛି ଯେ, ୫୦ସିସି ଯାନ ଚଳାଇବା ପାଇଁ ଜଣଙ୍କର ସର୍ବନିମ୍ନ ବୟସ ୧୬ ବର୍ଷ ହୋଇଥିବା ଆବଶ୍ୟକ ଏବଂ ଅନ୍ୟ ଗାଡିଚାଳନା ପାଇଁ ଏହି ବୟସସୀମା ୧୮ ବର୍ଷ ଧାର୍ଯ୍ୟ କରାଯାଇଛି । ତେବେ ୧୬-୧୮ ବର୍ଷ ବୟସ ମଧ୍ୟରେ ଲାଇସେନ୍ସ ପାଇଁ ଆବେଦନ କରିବାକୁ ହେଲେ ଏଥିପାଇଁ ପିତା-ମାତାଙ୍କ ସ୍ୱାକ୍ଷରର ଆବଶ୍ୟକତା ପଡିଥାଏ ।

ତେବେ ଯଦି କମ୍ ବୟସର କୌଣସି ପିଲା ବାଇକ ଚଳାଉଥିବାର ଧରା ପଡନ୍ତି, ପିଲାର ଅଭିଭାବକଙ୍କୁ ୩ ବର୍ଷ ଜେଲ ଏବଂ ୨୫ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ । ଏହାବ୍ୟତୀତ ସମ୍ପୃକ୍ତ ପିଲାଟିକୁ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଡ୍ରାଇଭିଙ୍ଗ ଲାଇସେନ୍ସ ନ ଦେବା ପାଇଁ ନିୟମ ରହିଛି । ତେଣୁ ଉଚିତ ବୟସ ପୂର୍ବରୁ ପିଲାମାନଙ୍କୁ ଗାଡି ଦେବା ଏକ ଦଣ୍ଡନୀୟ ଅପରାଧ ହୋଇଥାଏ । ଯାହାପାଇଁ ଆପଣଙ୍କୁ ଫାଇନ ସହ ଜେଲକୁ ଯିବାକୁ ପଡିପାରେ ।

Get real time updates directly on you device, subscribe now.