fbpx

ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା: ଅଜଣା ଗାଡି ଧକ୍କାରେ ଚାଲିଗଲା ୩ ଜୀବନ

ଝାରସୁଗୁଡ଼ା: ବେଲପାହାଡ଼ ଗୌରପଡ଼ା ନିକଟରେ ସୋମବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ୩ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି। ତେବେ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଛି।

ସୂଚନା ଥାଉକି, ଏହି ଦୁର୍ଘଟଣାରେ ୩ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲେ ମଧ୍ୟ କାହାର ପରିଚୟ ମିଳିପାରିନାହିଁ। ଲଖନପୁର ସାହାଜବାହାଲ ଗ୍ରାମର ୩ ଯୁବକ ଏକ ବାଇକ୍(ଓଡି ୨୩ ପି ୨୦୦୯)ଯୋଗେ ବେଲପାହାଡ଼ରୁ ଲଖନପୁର୍ ଦିଗରେ ଯାଉଥିବା ବେଳେ କୌଣସି ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ବେଲପାହାଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହାସହ ରାସ୍ତାରେ ରାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ଅନ୍ୟପଟେ ମୃତ ୩ ଜଣଙ୍କ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ସକାଳୁ ସକାଳୁ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚହଳ ପଡିଛି।

Get real time updates directly on you device, subscribe now.