ରାୟପୁର: ଛତିଶଗଡ଼ ନାରାୟଣପୁର ଏବଂ ବିଜାପୁର ଜିଲ୍ଲା ମାଓଗଡ଼ରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ବଡ଼ ଅପରେଶନ କରାଯାଇଛି । ସୁରକ୍ଷାକର୍ମୀ, କୋବ୍ରା କମାଣ୍ଡୋଙ୍କ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୩୦ ମାଓବାଦୀ ନିପାତ ହୋଇଥିବା ସୂଚନା ।
ମାଓଲିଡର ତଥା ଦୁର୍ଦ୍ଦାନ୍ତ ମାଓନେତା ବାସବରାଜ ଏବଂ ମଧୁ , ନବୀନ ଏନକାଉଣ୍ଟରରେ ପ୍ରାଣ ହରାଇଥିବା କୁହାଯାଉଛି ।
ବସବରାଜ, ପ୍ରମୁଖ ମାଓ ନେତା ଥିଲା । ତାର ମ୍ୟୃତ୍ୟୁ ସୁରକ୍ଷା କର୍ମୀଙ୍କ ପାଇଁ ବଡ଼ ଉପଲବ୍ଧି ବୋଲି କୁହାଯାଉଛି । ଅପରେଶର କାଗର ଜରିଆରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି ।
ବାସବରାଜର ଘର ବିଜୟାନଗରମ ଜିଲ୍ଲାରେ । ୱାରାଙ୍ଗାଲରେ ପାଠ ପଢ଼ିବା ସମୟରେ ବାସବରାଜ ମାଓ ସଂଗଠନରେ ସାମିଲ ହୋଇଥିଲା । ତେଲଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ପୋଲିସ ଫୋର୍ସ ବାସବରାଜକୁ ଖୋଜୁଥିବାବେଳେ NIA ପାଇଁ ଏହି ମାଓନେତା ମୋଷ୍ଟ ୱାଣ୍ଟେଡ୍ ଥିଲା ।