(Breaking) ସହଜରେ ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟସେବା, ପ୍ରତି ଜିଲ୍ଲାରେ ହେବ ମେଡିକାଲ କଲେଜ

ଭୁବନେଶ୍ୱର- ୩୦ଜିଲ୍ଲାକୁ ମିଳିବ ମେଡିକାଲ କଲେଜ । ଆଉ ଚିକିତ୍ସା ସେବାରେ ରହିବନି ସମସ୍ୟା । ସବୁ ଜିଲ୍ଲାରେ ଗୋଟିଏ ଲେଖା ମେଡିକାଲ କଲେଜ ଖୋଲାଯିବ ବୋଲି ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । ମେଡିକାଲ ନିଯୁକ୍ତିରେ ସଂଶୋଧନ କରାଯାଇ ଏହି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସୋମବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି କି, ମେଡିକାଲ ନିଯୁକ୍ତିକୁ ବ୍ୟାପକ କରିବାକୁ ବ୍ୟବସ୍ଥା କରାଯାଇଛି । ଏଥିରେ ୨ଟି ସଂଶୋଧନ ମଧ୍ୟ କରାସରିଛି । ଡାକ୍ତର ନିଯୁକ୍ତିକୁ ବ୍ୟାପକ କରାଯିବ । ପ୍ରାୟ ୫ ହଜାର ପରି ଡାକ୍ତରୀ ପଦବୀ ପୂରଣ କରାଯିବ । ଏଥିସହ ୩ ହଜାର ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ମଧ୍ୟ ବିଜ୍ଞାପନ ବାହାରିବ ।