fbpx

କୋଇଲା ଖଣି ଭିତରେ ୩୦ ଜଣଙ୍କ ମୃତ୍ୟୁ! ଅବୈଧ ଖନନ ବେଳେ ଧସିଲା ମାଟି

ନୂଆଦିଲ୍ଲୀ: କୋଇଲା ଖଣିରେ ଅବୈଧ ଖନନ ବେଳେ ମାଡ଼ି ଆସିଲା ବିପଦ । ହଠାତ୍ ମାଟି ଧସିବା କାରଣରୁ ପାଖାପାଖି ୩୦ ଜଣ ଲୋକ ଚାପି ହୋଇ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି । ଝାଡ଼ଖଣ୍ଡର ଧାନବାଦରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ ଏହି ଘଟଣା ଘଟିଥିବା ବେଳେ ସମସ୍ତ ଲୋକଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

ଧାନବାଦର ଇସିଏଲ ମୁଗମା ଅନ୍ତର୍ଗତ କାପାସାରା ଆଉଟ ସୋର୍ସିଂ କୋଲିୟରୀରେ ଏହି ଘଟଣା ଘଟିଥିଲା । ୧୦୦ ମିଟର ପର୍ଯ୍ୟସ୍ତ ଭୂମି ଧସିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଆଶଙ୍କା ମଧ୍ୟରେ ରହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ଜନଅସନ୍ତୋଷ ଦେଖାଦେଇଥିଲା । ମାଟି ଭିତରେ ଦୁଇ ଡଜନରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଥିଲେ ହେଁ ପୋଲିସ ଏହି କଥାକୁ ଅସ୍ୱୀକାର କରିଛି ।

କୋଇଲା ଖଣିରେ କାର୍ଯ୍ୟ କରିବା ପାଇଁ ଜାମାତାରା ଓ ପୁରୁଲିଆ ସହିତ ଅନ୍ୟ ଅଞ୍ଚଳରୁ ଶ୍ରମିକମାନେ ଆସିଥାନ୍ତି । ପୂର୍ବରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଥିଲା । ଏନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଗଭୀର ମାଟି ଭିତରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ଭିଡିଓରେ ଦେଖାଯାଉଛି । ଉକ୍ତ ସ୍ଥାନରେ ଧୂଆଁ ବାହାରୁଥିବାର ମଧ୍ୟ ଦେଖାଯାଉଛି । ତେବେ ଧାନବାଦ ଅଞ୍ଚଳରେ ନିଆଁ ଲାଗିବା ଏକ ସାଧାରଣ କଥା ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.