fbpx

ସମସ୍ତଙ୍କୁ ମିଳିବ ୩୦୦ ୟୁନିଟର ମାଗଣା ବିଜୁଳି, ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା, ଜାଣନ୍ତୁ କେବେଠାରୁ

ନୂଆଦିଲ୍ଲୀ: ପଞ୍ଜାବରେ ଭଗୱନ୍ତ ମାନଙ୍କ ସରକାର ଏକ ମାସ ପୂର୍ଣ୍ଣ କରିଛି । ଏହି ଅବସରରେ ରାଜ୍ୟ ସରକାର ଜନତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ଜୁଲାଇ ମାସ ୧ ତାରିଖରୁ ପ୍ରତ୍ୟେକ ଘରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦିଆଯିବାକୁ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ ଦିନର କାର୍ଯ୍ୟକାଳର ରିପୋର୍ଟ କାର୍ଡ ଜାରି କରାଯାଇଛି । ଜୁଲାଇ ୧ରୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଦିଆଯିବ ବୋଲି ସମ୍ବାଦପତ୍ରରେ ବିଜ୍ଞାପନ ଦିଆଯାଇଛି ।

ତେବେ ଜଣାପଡ଼ିଛି ଯେ, ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ମାନଙ୍କ ତରଫରୁ ମାଗଣା ବିଜୁଳି ନେଇ କୌଣସି ବୟାନ ଆସିନାହିଁ । ଏପ୍ରିଲ ୧୬ ତାରିଖ ପୂର୍ବରୁ ପଞ୍ଜାବବାସୀଙ୍କ ପାଇଁ ମାଗଣା ବିଜୁଳି ଘୋଷଣା କରିବେ ବୋଲି ମାନ କହିଥିଲେ । ମାଗଣା ବିଜୁଳି ପ୍ରଦାନ ନେଇ ସରକାର କେବଳ ବିଜ୍ଞାପନ ମାଧ୍ୟମରେ ଘୋଷଣା କରିଛନ୍ତି ।

ନିକଟରେ ମୁଖ୍ୟମନ୍ତ୍ରୀ ମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲୁ ସାକ୍ଷାତ କରିଥିଲେ । ରାଜ୍ୟବାସୀଙ୍କୁ କିପରି ୩୦୦ ୟୁନିଟ ବିଜୁଳି ମାଗଣାରେ ଦିଆଯିବ ସେନେଇ ବହୁ ସମୟ ଧରି ଆଲୋଚନା ହୋଇଥିଲା । ଖୁବଶୀଘ୍ର ରାଜ୍ୟବାସୀଙ୍କୁ ସୁସମ୍ବାଦ ଦେବେ ବୋଲି ବୈଠକ ପରେ ମାନ କହିଥିଲେ ।

Get real time updates directly on you device, subscribe now.