fbpx

ବ୍ରାହ୍ମଣୀ ନଦୀ ସାଧିଲା ଦାଉ: ଅକାଳରେ ଲିଭିଗଲା ୩୨ ବର୍ଷୀୟ ଯୁବକଙ୍କ ଜୀବନ ଦୀପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ୩୨ ବର୍ଷୀୟ ଯୁବକଙ୍କ ଅକାଳରେ ମୃତ୍ୟୁ ଘଟିଛି । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଳର ପ୍ରଖର ସ୍ରୋତରେ ବୁଡ଼ିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଖବର ପାଇ ସୁକିନ୍ଦା ଦମକଳ ବାହିନୀ ଘଟଣାସଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ଖବରରୁ ଜଣାପଡ଼ିଛି ଯେ, ସୁକିନ୍ଦା ଥାନା ଅନ୍ତର୍ଗତ ହାତିବାରୀ ଗ୍ରାମପଞ୍ଚାୟତର କରଡ଼ାପାଳ ଗ୍ରାମର ଅମନ କୁମାର ଦାସ (ଜଗା) ଆଜି ସକାଳ ୭ଟାରେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଜଳର ପ୍ରଖର ସ୍ରୋତରେ ସେ ବୁଡ଼ିଯାଇ ପ୍ରାଣ ହରାଇଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ସହାୟତାରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର, ପୋଲିସ ଓ ଅମନଙ୍କ ପରିବାରବର୍ଗଙ୍କ ଉପସ୍ଥିତିରେ ଶବର ଡାକ୍ତରୀମାଇନା କରାଯାଇଥିଲା । ଏହାପରେ ଅମନଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ସୁକିନ୍ଦା ଥାନା ଏସଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.