(Video) ବାବରେ କି ଭୟଙ୍କର ଦୃଶ୍ୟ… ପ୍ରକୃତିର ତାଣ୍ଡବ ନେଲା ୨ ଯବାନଙ୍କ ସମେତ ୩୮ ଜଣଙ୍କ ଜୀବନ, ୨୨୦ ଜଣଙ୍କର ମିଳୁନି ପତ୍ତା

ଶ୍ରୀନଗର: ଜମ୍ମୁ କଶ୍ମୀରେ ବାଦଲଫଟା ବର୍ଷା ଯୋଗୁ ଗଲା ୩୮ ଜଣଙ୍କ ଜୀବନ । ପ୍ରାଣହରାଇଥିବା ଲୋକଙ୍କ ମଧ୍ୟରେ ୨ ଜଣ ସିଆଇଏସଏଫ ଯବାନ ସାମିଲ ଥିବା କୁହାଯାଉଛି ।

ବର୍ଷାରେ ୧୨୦ ଜଣ ଆହତ ହୋଇଥିବାବେଳେ ପାଖାପାଖି ୨୨୦ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଖବର ପ୍ରକାଶ ପାଇଛି ।

ବାଦଲ ଫଟା ବର୍ଷା କାରଣରୁ ହିମାଲୟ ମାତା ଚଣ୍ଡି ଯାତ୍ରା ପାଇଁ ବାହାରଥିବା ମାଚଲ ମାତା ଯାତ୍ରା ପ୍ରଭାବୀତ ହୋଇଛି ।

ମାତା ଚଣ୍ଡିଙ୍କ ପାଖକୁ ଯିବା ବାଟରେ ବନ୍ୟା ହେବା କାରଣରୁ ଅନେକ ତିର୍ଥଯାତ୍ରୀ ଭାସିଯାଇଥିବା ଅନୁମାନ କରାଯାଉଛି ।

ଘଟଣାର ସୂଚନା ପାଇଁ ସେଠାରେ ରେସ୍କ୍ୟୁ ଟିମ୍ ପହଞ୍ଚି ଲୋକଙ୍କ ଉଦ୍ଧାର ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେଶନ୍ ଜାରି ରହିଛି ।