fbpx

ସରକାରୀ ଚାକିରି, NCERTର ୩୪୭ ନୂଆ ପଦବୀରେ ମିଳିବ ନିଯୁକ୍ତି, ଏବେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ଅପେକ୍ଷା କରିଥିବା ପ୍ରାର୍ଥିମାନଙ୍କ ପାଇଁ ଆସିଲା ବଡ ଖବର । ଏନସିଇଆରଟିରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ନେସନାଲ କାଉନ୍ସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ତରଫରୁ ନନ୍-ଏକାଡେମିକ ପଦ ପାଇଁ ନୂଆ ପ୍ରାର୍ଥି ଚୟନ କରାଯିବ । ଖୋଲା କମ୍ପିଟେଟିଭ ପରୀକ୍ଷା, ଦକ୍ଷତା ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ସିଧାସଳଖ ଭର୍ତ୍ତି ହେବାର ବଡ ସୁଯୋଗ ଆଣିଛି ଏନସିଇଆରଟି ।

ଇଚ୍ଛୁକ ପ୍ରାର୍ଥି ଏନସିଇଆରଟିର ଅପିସିଆଲ ୱେବସାଇଟରେ ଆସି ଏହି ପଦଗୁଡିକ ପାଇଁ ଆବେଦନ କରିପାରିବେ । ତେବେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହା କେବଳ ଅନଲାଇନରେ ହିଁ ଉପଲବ୍ଧ ରହିଛି । ୨୯ ତାରିଖରୁ ଆରମ୍ଭ ହୋଇ ଏହି ଦିନରୁ ୨୧ ଦିନ ଅର୍ଥାତ୍ ମେ’ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଏହି ଆବେଦନ ପ୍ରକ୍ରିୟା । ଏହି ରିକ୍ରୁଟମେଣ୍ଟ ଡ୍ରାଇଭରେ ମୋଟ ୩୪୭ ନନ୍-ଏକାଡେମିକ ପଦ ପାଇଁ ନିଯୁକ୍ତି ଦେବ ଏନସିଇଆରଟି । ଏଥିପାଇଁ ଇଚ୍ଚୁକ ପ୍ରାର୍ଥିଙ୍କର ସର୍ବନିମ୍ନ ବୟସ ୩୫ ବର୍ଷରୁ ୫୦ ବର୍ଷ ହୋଇଥିବା ଆବଶ୍ୟକ । ତେବେ ଅନୁସୂଚିତ ଜାତି, ଜନଜାତି, ଅନ୍ୟ ପଛୁଆ ବର୍ଗ, ଏନସିଏଲ ଏବଂ ଇଡବ୍ଲୁଏସ କାଟାଗୋରୀର ପ୍ରାର୍ଥିମାନଙ୍କ ପାଇଁ ଏହି ବୟସସୀମାରେ କୋହଳ କରାଯାଇଛି ।

ଏନସିଇଆରଟି ନିଯୁକ୍ତି-୨୦୨୩ର ଅଫିସିଆଲ ନୋଟିଫିକେସନ ଅନୁସାରେ, ସ୍କିଲ ଟେଷ୍ଟ, ଲିଖିତ ପରୀକ୍ଷା, ଏବଂ ସାକ୍ଷାତକାରରେ ପ୍ରାର୍ଥିଙ୍କ ପ୍ରଦର୍ଶନକୁ ଆଧାର କରି ପ୍ରାର୍ଥିଙ୍କ ଚୟନ କରାଯିବ । ତେବେ ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଯୋଗ୍ୟତା ମାଗିଛି ଏନସିଇଆରଟି । ଏହି ନିଯୁକ୍ତି ବିଷୟରେ ଅଦିକ ଜାଣିବା ପାଇଁ ୱେବସାଇଟକୁ ଚେକ୍ କରନ୍ତୁ ।

Get real time updates directly on you device, subscribe now.