fbpx

୩୪୯ଟି କୃଷି ବୈଜ୍ଞାନିକ ପଦବୀ ଖାଲି: ନଭେମ୍ବର ୧୧ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ଏଏସଆରବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ । ମୋଟ ୩୪୯ଟି ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ପ୍ରାର୍ଥୀମାନେ ପ୍ରୋଜେକ୍ଟ କୋର୍ଡିନେଟର, ହେଡ୍ ଅଫ୍ ଡିଭିଜନ, ହେଡ୍ ଅଫ ରିଜିଓନାଲ ଷ୍ଟେସନ / ସେଣ୍ଟର, ସିନିୟର ସାଇଣ୍ଟିଷ୍ଟ-କମ୍-ହେଡ, କେଭିକେ ଆଦି ପଦବୀରେ ଆବେଦନ କରିପାରିବେ । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କୁ ୧୫୦୦ ଟଙ୍କା ଫିସ୍ ଜମା କରିବାକୁ ପଡ଼ିବ । ଏସସି / ଏସଟି / ପିଡବ୍ଲ୍ୟୁବିଡି / ମହିଳା ପ୍ରାର୍ଥୀଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ ।

ଅକ୍ଟୋବର ୨୦ ତାରିଖରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କିଛି ପଦବୀ ପାଇଁ ଅକ୍ଟୋବର ୩୧ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି । ଅନ୍ୟ କିଛି ପଦବୀ ପାଇଁ ଅନ୍ତିମ ତାରିଖ ନଭେମ୍ବର ୧୧ ରହିଛି । ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କର ବୟସ ଭିନ୍ନ ଭିନ୍ନ ରହିଛି । ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୪୭ରୁ ୬୦ ବର୍ଷ ମଧ୍ୟରେ ରହିଛି । ବୟସ କୋହଳ ସରକାରୀ ନିୟମ ଅନୁଯାୟୀ କରାଯିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଡିଗ୍ରୀ ରହିଥିବା ଆବଶ୍ୟକ ।

ଅନଲାଇନ ଆବେଦନ ଲିଙ୍କ: http://www.asrb.org.in/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-ASR-Non-RMP-Vacancy.pdf

ଅଫିସିଆଲ ୱେବସାଇଟ: http://www.asrb.org.in/

Get real time updates directly on you device, subscribe now.