fbpx

୩୬ ଇଞ୍ଚ୍‌ର ବର ଓ ୩୧ଇଞ୍ଚ୍‌ର କନ୍ୟାଙ୍କ ବିରଳ ବିବାହ, ଦମ୍ପତିଙ୍କୁ ଦେଖିବାକୁ ମଣ୍ଡପରେ ଲାଗିଲା ଭିଡ..

ମୁମ୍ବାଇ: ମହରାଷ୍ଟ୍ରର ଜଲଗାଓଁର ଏକ ବିବାହ ଏବେ ଖୁବ୍‌ ଜୋରସୋରରେ ଚର୍ଚ୍ଚା ପାଲଟିଛି । ଏହି ବିବାହରେ ବରର ଉଚ୍ଚତା ୩୫ ଇଞ୍ଚ୍‌ ହୋଇଥିବା ବେଳେ କନ୍ୟାର ଉଚ୍ଚତା ୩୧ ଇଞ୍ଚ୍‌ । ଦୁଇ ଜଣଙ୍କୁ ମଣ୍ଡପରେ ଦେଖିବା ପରେ ସଭିଙ୍କୁ ମୁହଁରେ ବାସ୍‌ ଗୋଟାଏ କଥା ‘ରବ୍‌ ନେ ବନାଦି ଯୋଡ଼ି’ । ବରଙ୍କର ନାମ ହେଉଛି ସନ୍ଦୀପ ସପକାଲେ ଓ କନ୍ୟାଙ୍କ ନାମ ଉଜ୍ଜ୍ୱଳା । ଦୁଇ ଜଣଙ୍କ ବିବାହ ଗୁରୁବାର ଦିନ ହୋଇଯାଇଛି । ସନ୍ଦୀପଙ୍କର ଅନ୍ୟ କେହି ଭାଇଭଉଣୀ ନାହାନ୍ତି ।

ଉଜ୍ଜ୍ୱଳାଙ୍କର ଆହୁରି ୩ ଭଉଣୀ ଓ ଜଣେ ଭାଇ ଅଛନ୍ତି । ଉଭୟ ପରିବାରର ସଦସ୍ୟ ଝିଅ ଓ ପୁଅଙ୍କ ବିବାହକୁ ନେଇ ଖୁବ୍‌ ଚିନ୍ତିତ ଥିଲେ । ଦୁହିଁଙ୍କ ଉଚ୍ଚତା କମ୍‌ ହୋଇଥିବାରୁ କେଉଁଠି ବିବାହ ସ୍ଥିର ହୋଇ ପାରୁନଥିଲା । ହେଲେ ଆପଣ ତ ଜାଣିଥିବେ ଯେ ବିବାହ ସ୍ୱର୍ଗରୁ ସ୍ଥିରିକୃତ ହୋଇଥାଏ । ପୁଅଟିଏ ଅଛି ମାନେ କୋଉଠି ନା କୋଉଠି ତାପାଇଁ ଝିଅଟିଏ ବି ଥାଏ । ଝିଅଟିଏ ଅଛିମାନେ ତାପାଇଁ ପୁଅଟିଏ ନଶ୍ଚୟ ଜନ୍ମ ନେଇଥାଏ । ସନ୍ଦୀପ ଓ ଉଜ୍ଜ୍ୱଳାଙ୍କ ବିବାହ ତା’ର ଏକ ବଡ଼ ଉଦାହରଣ । ତେବେ ବିବାହ ଯେଉଁଭଳି ସହଜରେ ହୋଇଥାଏ ସନ୍ଦୀପ ଓ ଉଜ୍ଜ୍ୱଳାଙ୍କ କ୍ଷେତ୍ରରେ ସେପରି ହୋଇନଥିଲା । ସନ୍ଦୀପଙ୍କ ବୃତ୍ତିକୁ ନେଇ ଉଜ୍ଜ୍ୱଳାଙ୍କ ବାପାଙ୍କ ମନରେ ସନ୍ଦେହ ଉପୁଜିବାରୁ ଥରେ ବିବାହ ଭାଙ୍ଗି ଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ସବୁ ଠିକ୍‌ ହୋଇ ଯାଇଥିଲା । ଏବେ ଏହି ଯୋଡ଼ିଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି ।

Get real time updates directly on you device, subscribe now.