fbpx
BSKY SKY
BSKY SKY

ରାଜ୍ୟରେ ଆଜି ୩,୬୩୧ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ ଲକଡାଉନର ପ୍ରଭାବ ରାଜ୍ୟରେ କିଛିମାତ୍ରାରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି । ଏହା ମଧ୍ୟରେ ଆଜି ପୁଣି ୩,୬୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨,୦୬୯ ଓ ସ୍ଥାନୀୟ ଅଞ୍ଚଳରୁ ୧,୫୬୨ ଜଣ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୬ ହଜାର ୬୯୨ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୧୭ ହଜାର ୩୫୯ ରହିଥିବା ବେଳେ ୪୫ ହଜାର ୮୦୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.