fbpx

ଭୁଷୁଡି ପଡିଲା ସୁନାଖଣି: ମାଟି ତଳେ ଚାପି ହୋଇ ୩୮ ଶ୍ରମିକ ମୃତ

ନୂଆଦିଲ୍ଲୀ: ଏକ ସୁନାଖଣି ଭୁଶୁଡ଼ି ପଡ଼ିବାରୁ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଛି ସୁଦାନର ପଶ୍ଚିମ କର୍ଦୋଫ୍ୟାନ୍ ପ୍ରଦେଶରେ। ଏ ନେଇ ସୁଦାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ତେବେ ଆହତଙ୍କ ସଂଖ୍ୟା କେତେ, ସେ ନେଇ ସରକାରଙ୍କ ପକ୍ଷରୁ କିଛି କୁହାଯାଇନାହିଁ।

ରାଜଧାନୀ ଖର୍ତୁମ ଠାରୁ ଦକ୍ଷିଣରେ ପ୍ରାୟ ୭୦୦ କିଲୋମିଟର ଦୂରରେ ଫୁଜ୍ ନାମକ ଗାଁରେ ଏହି ଘଟଣା ଘଟିଛି। ସୁଦାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଉକ୍ତ ସୁନାଖଣିଟି ବନ୍ଦ ପଡ଼ିଥିଲା। ଏକ ସରକାରୀ କମ୍ପାନୀ ଦ୍ୱାରା ଏହି ଖଣି ପରିଚାଳିତ ହେଉଥିଲା। କମ୍ପାନୀ ପକ୍ଷରୁ ଏହି ଅଘଟଣ ପରେ କିଛି ଫଟୋ ଫେସ୍ବୁକ୍ ପୃଷ୍ଠାରେ ପୋଷ୍ଟ କରାଯାଇଥିଲା। ତେବେ କେବେ ଠାରୁ ଖଣିଟିକୁ ବନ୍ଦ କରି ଦିଆଯାଇଥିଲା, ସେ ସଂପର୍କରେ କିଛି ସୂଚନା ଦିଆଯାଇନାହିଁ।

Get real time updates directly on you device, subscribe now.