fbpx

ଅସମ୍ଭାଳ ହେଲାଣି ଦେଶର ସ୍ଥିତି: ଆଜି ୩୯୧୫ ମୃତ, ୪.୧୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୭ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୯୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୪ ହଜାର ୮୩କୁ ବୃଦ୍ଧି ପାଇଛି । ଦିନକରେ ୪ ଲକ୍ଷ ୧୪ ହଜାର ୧୮୮ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୧୨ ହଜାର ୩୫୧କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ୪୫ ହଜାର ୧୧୬ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୭୬ ଲକ୍ଷ ୧୨ ହଜାର ୩୫୧ରେ ପହଞ୍ଚିଛି । ୧୬ କୋଟି ୪୯ ଲକ୍ଷ ୭୩ ହଜାର ୫୮ ଜଣ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.