fbpx

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମକେ ଷ୍ଟାଲିନ୍

ଚେନ୍ନାଇ, ୭ା୫: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ (ଡିଏମକେ) ଅଧ୍ୟକ୍ଷ ଏମକେ ଷ୍ଟାଲିନ୍ ଶପଥ ଗ୍ରହଣ କରିଛନ୍ତି । ତାମିଲନାଡ଼ୁ ଗଭର୍ଣ୍ଣର ବନୱାରିଲାଲ ପୁରୋହିତ ଷ୍ଟାଲିନଙ୍କୁ ରାଜଭବନରେ ଶପଥପାଠ କରାଇଛନ୍ତି । ରାଜ୍ୟ କ୍ୟାବିନେଟର ଅନ୍ୟ ୩୩ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରାୟ ଏକ ଦଶନ୍ଧି ପରେ ଡିଏମକେ ତାମିଲନାଡ଼ୁରେ କ୍ଷମତାସୀନ ହୋଇଛି । ପ୍ରଥମ ଥର ପାଇଁ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବେ । ବିଧାନସଭା ନିର୍ବାଚନରେ ଡିଏମକେ ୧୩୩ ସିଟ ଜିତି ବହୁମତ ହାସଲ କରିଥିଲା । ଷ୍ଟାଲିନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆଦି ରାଜାରାମଙ୍କୁ ୭୦ ହଜାରରୁ ଅଧିକ ଭୋଟରେ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଲଗାତର ତୃତୀୟ ଥର ପାଇଁ କୋଲାଥୁର ଆସନରୁ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.