fbpx

ବିଧାନସଭା ଅଧିବେଶନର ତୃତୀୟ ଦିନ: ୧୧ଟା ୩୦ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୨୦ା୨ (ଓଡିଶା ଭାସ୍କର): ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ । ଅଧିବେଶନ ଆରମ୍ଭରୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାୟକମାନେ ହୋହାଲ୍ଲା କରିଥିଲେ । ମଣ୍ଡିରୁ ଧାନ ଉଠିବା ଦାବିରେ କଂଗ୍ରେସ ଓ ବିଜେପି ବିଧାୟକ ପ୍ଲାକାର୍ଡ ଦେଖାଇ ନାରାବାଜି ଦେଇଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

Get real time updates directly on you device, subscribe now.