fbpx

ଆଜି ଭାରତ-ୱଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ଲଗାତାର ତୃତୀୟ ଥର ପାଇଁ ବଦଳିପାରେ ଟିମ ଇଣ୍ଡିଆର ଓପନିଙ୍ଗ ଯୋଡି

ନୂଆଦିଲ୍ଲୀ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ । ପ୍ରଥମ ଦୁଇ ମ୍ୟାଚରେ ବିଜୟ ହାସଲ କରିବା ପରେ ତୃତୀୟ ମ୍ୟାଚ ଜିତି ସିରିଜ ମୂଳବୋଛ କରିବାକୁ ଲକ୍ଷ୍ୟ ରଖିବ ମେନ ଇନ ବ୍ଲୁ । ସେପଟେ ଗୋଟିଏ ମ୍ୟାଚ ଜିତି ସିରିଜରେ ନିଜ ଲାଜ ବଞ୍ଚାଇବାକୁ ମଇଦାନକୁ ଓହ୍ଳାଇବ ୱେଷ୍ଟଇଣ୍ଡିଜ ଦଳ ।

IND vs WI: India's Predicted Playing XI Against West Indies– India vs West  Indies 2022, 2nd ODI - Hindisip

ତେବେ ପ୍ରଥମ ଦୁଇ ମ୍ୟାଚ ଭଳି ତୃତୀୟ ଦିନିକିଆରେ ମଧ୍ୟ ରୋହିତ କିଛି ପରିବର୍ତ୍ତନ କରିବେ ବୋଲି ଆଶା କରାଯାଉଛି । ସିରିଜ ନିଜ ନାମରେ କରି ସାରିବା ପରେ ଶେଷ ମ୍ୟାଚରେ କିଛି ନୂଆ ଚେହେରା ମଧ୍ୟ ନଜର ଆସି ପାରନ୍ତି । କରୋନାରୁ ସୁସ୍ଥ ହୋଇ ସାରିଥିବା ସିନିୟର ବ୍ୟାଟ୍ସମ୍ୟାନ ଶିଖର ଧୱନ ଏହି ମ୍ୟାଚରେ କମବ୍ୟାକ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ସେହିପରି ଯୁବ ଖେଳାଳି ଋତୁରାଜ ଗାଏକ୍ୱାଡ କିମ୍ବା ଶ୍ରେୟସ ଅୟରଙ୍କୁ ଦଳରେ ସାମିଲ କରିପାରନ୍ତି ରୋହିତ । କିଛି ନବାଗତ ଖେଳାଳିଙ୍କୁ ଡେବ୍ୟୁ କରିବାର ମଧ୍ୟ ସୁଯୋଗ ମିଳିପାରେ । ଦ୍ୱିତୀୟ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୪ ରନ ସଂଗ୍ରହ କରିଥିବା ବେଳେ ପେସ ବୋଲର ପ୍ରସିଦ୍ଧ କୃଷ୍ଣା ୪ଟି ୱିକେଟ ହାସଲ କରିଥିଲେ । ସେହିପରି ଉଭୟ ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ କରିଛନ୍ତି ୱାଶିଂଟନ ସୁନ୍ଦର । ତେବେ ଅଧିକାଂଶ ଖେଳାଳି ଭଲ ଫର୍ମରେ ଥିବା ବେଳେ ପୂର୍ବ ଅଧିନାୟକ ବିରାଟ କୋହଲି ଏବଂ ୱିକେଟ କିପର ଋଷଭ ପନ୍ତ ଫିକା ସାବ୍ୟସ୍ତ ହୋଇଛନ୍ତି । ତେଣୁ ଆଜିର ମ୍ୟାଚରେ ଋଷଭ ପନ୍ତଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ୱିକେଟ କିପିଙ୍ଗ ଦାୟିତ୍ୱ ଦିଆଯାଇପାରେ ।

T20 World Cup 2021: "He is forcing team management to accommodate him in  playing XI," Laxman on Kishan

ଭାରତର ସମ୍ଭାବିତ ଏକାଦଶ:
ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ/ଶିଖର ଧୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ(ୱିକେଟ କିପର), ଦୀପକ ହୁଡ୍ଡା, ୱାଶିଂଟନ ସୁନ୍ଦର, ଦୀପକ ଚହର/ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ/କୁଳଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣା ।

Get real time updates directly on you device, subscribe now.