fbpx

ସାଇବର ଠକେଇର ଶିକାର ହେଲେ ବୃଦ୍ଧ, ୪.୫ଲକ୍ଷ ଟଙ୍କାର ଠକେଇ

Advertisement

ବାରିପଦା: ପୋଲିସ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ସାଇବର ସୁରକ୍ଷା ନେଇ ସଚେତନତା ଅଭିଯାନ ଜାରି ରହିଛି , ଅନ୍ୟପଟେ ଜଣେ ବୃଦ୍ଧ ଲକ୍ଷାଧିକ ଟଙ୍କାର ସାଇବର ଠକେଇର ଶିକାର ହୋଇଛନ୍ତି। ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ଦଶରଥ ପାଣ୍ଡେ ସାଇବର ଠକାମୀର ଶୀକାର ହୋଇଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ପାଣ୍ଡେ ଗତ ଅଗଷ୍ଟ ୫ ତାରିଖରୁ ଅଜ୍ଞାତ ସାଇବର ଠକଙ୍କ ଦ୍ଵାରା ଠକାମୀର ଶୀକାର ହୋଇଥିଲେ , ପରେ ସେ ଏହା ଯାଣିବାକୁ ପାଇଲେ, ଚଳିତ ମାସରେ ହାଟାତ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଥିଲା ।

ଠକ ମାନେ ଖାଲି କରି ଥିବା ଜାଣି ଥାନାର ଦ୍ୱାରସ୍ଥ ହୋଇଥିଲେ ଶରଦ । ଗତ ଅଗଷ୍ଟ ୫ ତାରିଖରେ ଏକ ଅଜଣା ବ୍ୟକ୍ତି ପାଣ୍ଡେଙ୍କୁ ଫୋନ କରି ଜମିରେ ଏକ ମୋବାଇଲ ଫୋନ ଟାୱାର ବସାଇବା ନିମନ୍ତେ ପ୍ରସ୍ତାବ ଦେଇଥିଲେ, ସହ ଏଥି ପାଇଁ ତାଙ୍କୁ ଲକ୍ଷାଧିକ ଟଙ୍କାର ଭଡ଼ା ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ଜମି ମାଲିକଙ୍କୁ ଅଗ୍ରୀମ ଭାବେ ଅର୍ଥ ରାଶି ପ୍ରଦାନ କରିବା ଆଳରେ ପାଣ୍ଡେଙ୍କ ଠାରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଜମି ପଟ୍ଟା ନମ୍ବର ନେଇଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ମୋଟ ୪ ଲକ୍ଷ ୫୫ ହଜାର ୪୦ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି।

Get real time updates directly on you device, subscribe now.