fbpx

ଏସସିବି ମେଡ଼ିକାଲରେ ପ୍ଲାଜମା ଦାନ କଲେ ୪ କୋଭିଡ଼ ଯୋଦ୍ଧା

କଟକ, ୩୦ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଶା ବଢ଼ାଇଛି ପ୍ଲାଜମା ଥେରାପି । ପ୍ଲାଜମା ଥେରାପି ଦ୍ୱାରା କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ତେଣୁ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିଛନ୍ତି କୋଭିଡ଼ ଯୋଦ୍ଧା । ଆଜି କଟକ ଏସସିବି ମେଡ଼ିକାଲରେ ପ୍ଲାଜମା ଦାନ କରିଛନ୍ତି ୪କୋଭିଡ଼ ଯୋଦ୍ଧା । ଗଞ୍ଜାମ ଛତ୍ରପୁରର ୪ ଓଏସଏପି ଯବାନ ଦାନ କରିଛନ୍ତି ପ୍ଲାଜମା । କଟକ ଏସସିବିରେ ଏଯାଏଁ ୩୨ଜଣ ପ୍ଲାଜମା ଦାନ କରିସାରିଛନ୍ତି । ସଂଗ୍ରହ କରାଯାଇଥିବା ୬୪ ୟୁନିଟ ପ୍ଲାଜମା ୪୯ କୋଭିଡ଼ ହସ୍ପିଟାଲକୁ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ୩୩ଜଣ ଗୁରୁତର ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା । ୩୩ଜଣଙ୍କ ମଧ୍ୟରୁ ୨୩ଜଣ ସୁସ୍ଥ ହେଉଛନ୍ତି ଓ ୮ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.