fbpx

ଥାଇରଏଡ଼ ରୋଗୀ କଣ ଖାଇବେ ଓ ନଖାଇବେ , ଜାଣନ୍ତୁ

ଥାଇରଏଡ଼ ଭଳି ସମସ୍ୟା ଏବେ ପ୍ରାୟ ଲୋକଙ୍କ ପାଖେ ଦେଖାଯାଉଛି। ଏଥି ପାଇଁ ମେଡ଼ିସିନ ଓ  ଚିକିତ୍ସା ମଧ୍ୟ ରହିଛି। ତଥାପି ଆମେ ସତର୍କ ରହିବା ଜରୁରୀ ହୋଇପଡିଛି। ନଚେତ ସମସ୍ୟା ଦେଇ ଗତି କରିବାକୁ ପଡିବ। ତେଣୁ ଆମର କିଛିଟା ଖାଦ୍ୟ ଉପରେ ନଜର ରଖିବାକୁ ପଡିବ।

ବାଦାମରେ  ଭିଟାମିନ୍‌, ମିନେରାଲ୍‌ ଓ ମ୍ୟାଗ୍ନେସିୟମ୍‌  ଭରପୁୁୁର ଥାଏ ଯାହା ଥାଇରଏଡ୍‌ ଗ୍ରନ୍ଥିକୁ ସୁସ୍ଥ ରଖିଥାଏ।

ଦୁଗ୍ଧ ଜାତୀୟ ଖାଦ୍ୟ ଯେମିତିକି କ୍ଷୀର ଛେନା ଲହୁଣି ଆଦି ଖାଆନ୍ତୁ। ଏହା ଦେହ ପାଇଁ ବେଶ ଲାଭଦାୟକ ଅଟେ।

 ବିନ୍ ଜାତୀୟ ଖାଦ୍ୟରେ ଫାଇବର୍‌, ପ୍ରୋଟିନ୍‌, ଭିଟାମିନ୍‌ ଓ ମିନେରାଲ୍‌ ରହି ଥାଏ ତେଣୁ ଥାଇରଏଡ୍‌ ରୋଗୀଙ୍କ ପାଇଁ ଭଲ ହୋଇଥାଏ।

ଅଳସୀ ଫୁଲର ମଞ୍ଜି ରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ୍‌ ଓ ଭିଟାମିନ୍‌ ୧୨ ରହିଛି ଯାହା ହାଇପୋଥାଇରଏଡିଜିମ୍‌ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ।

ଏହା ସହ ପ୍ରଥମେ ଆମକୁ ଥଣ୍ଡାଜାତୀୟ ଖାଦ୍ୟ ଠାରୁ ଦୁରେଇ ରହିବାକୁ ପଡିବ। ଥଣ୍ଡା ଜାତୀୟ ଜିନିଷ ଖାଇଲେ ଏହା ଭଲ ହୁଏ ନାହିଁ। ଆୟୋଡିନ୍‌ ଯୁକ୍ତ ଖାଦ୍ୟ, ରେଡ୍ ମିଟ୍‌, ଆଲ୍‌କୋହଲ୍ ଠାରୁ ଦୁରେଇ ରୁହନ୍ତୁ।

 

Get real time updates directly on you device, subscribe now.