fbpx

ଚୀନରେ ଆତଙ୍କ ଖେଳାଉଛି ୪ଟି ନୂଆ ଭାରିଆଣ୍ଟ; କରୋନା ଭାଇରସର ହେଲା ନୂଆ ଖୁଲାସା

Advertisement

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସ ଦ୍ରୁତ ଗତିରେ ବଢିବାରେ ଲାଗିଛି ଏହା ଦେଖି କେନ୍ଦ୍ର ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି । ଦେଶର ପ୍ରାୟ ସମସ୍ତ ରାଜ୍ୟରେ କରୋନା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସମସ୍ତଙ୍କୁ କରୋନା ଗାଇଡ ଲାଇନ ମାନିବାକୁ କୁହାଯାଉଛି । ସେପଟେ କେନ୍ଦ୍ରର କୋଭିଡ ପ୍ୟାନେଲର ମୁଖ୍ୟ ଏନ.କେ ଆରୋରା ଆଜି କହିଛନ୍ତି ଯେ ଚୀନରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ଚୀନରେ ଭାଇରସର ଗୋଟିଏ ନୁହେଁ ୪ ପ୍ରକାର ଭାରିଆଣ୍ଟ ଦେଖାଯାଇଛି । ଯେଉଁ କାରଣରୁ କରୋନା ସଂକ୍ରମଣ ବୃଦ୍ଧି ପାଉଛି ।

ଚୀନରେ କରୋନାକୁ ନେଇ ଭୟଙ୍କର ପରିସ୍ଥିତି ମଧ୍ୟରେ ଏନ.କେ ଆରୋରା କହିଛନ୍ତି ଯେ ଚୀନ୍ ତରଫରୁ କୌଣସି ସୂଚନା ମିଳୁନଥିବାରୁ ଭାରତ ନିଜର ସତର୍କତାକୁ ଗୁରୁତ୍ତ୍ୱ ଦେଉଛି । ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଚୀନରେ ଏପରି ପରିସ୍ଥିତି ଭାଇରସର କକଟେଲ କାରଣରୁ ବ୍ୟାପୁଛିି । ସେ କହିଛନ୍ତି, “୧୫ ପ୍ରତିଶତ ମାମଲା ପାଇଁ ବିଏଫ୍.୭ ଭାରିଆଣ୍ଟ ଦାୟୀ । ଯେତେବେଳେ ସର୍ବାଧିକ ସଂକ୍ରମଣ ମାମଲା ଅର୍ଥାତ ୫୦ ପ୍ରତିଶତ ମାମଲା ବିଏନ୍ ଏବଂ ବିକ୍ୟୁ ଭାରିଆଣ୍ଟରୁ ଆସିଛି । ସେହିପରି ୧୦-୧୫ ପ୍ରତିଶତ ମାମଲା ଏସବିବି ଭାରିଆଣ୍ଟରୁ ଆସିଛି ।

ଆରୋରା କହିଛନ୍ତି, “ଚୀନ ପୂର୍ବରୁ ଏହି ଭାଇରସ ସଂସ୍ପର୍ଶରେ ଆସି ନଥିଲା ଏବଂ ସେମାନଙ୍କୁ ଦିଆଯାଇଥିବା ଟିକା ବୋଧହୁଏ କମ୍ ପ୍ରଭାବଶାଳୀ ହୋଇଥିଲା । ଚୀନ ବାସିନ୍ଦା ଭ୍ୟାକ୍ସିନର ପାଖାପାଖି ତିନିରୁ ଚାରି ଡୋଜ ନେଇଛନ୍ତି । ତେବେ ୯୭ ପ୍ରତିଶତ ଭାରତୀୟଙ୍କୁ ଭ୍ୟାକ୍ସିନର ଦୁଇଟି ଡୋଜ ଦିଆଯାଇଥିଲା । ଅନେକ ଲୋକ ଏକାଧିକ ଥର କରୋନା ସଂକ୍ରମଣ ହୋଇଥିଲେ । ଏପରିକି ୧୨ ବର୍ଷରୁ କମ୍ ବୟସର ୯୬ ପ୍ରତିଶତ ପିଲା କୋଭିଡ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ପିଲାମାନେ ସୁରକ୍ଷିତ ଅଛନ୍ତି । ”

ଏନ.କେ ଆରୋରା କହିଛନ୍ତି ଯେ ବର୍ତ୍ତମାନ ଦେଶରେ ଘଟୁଥିବା ସକ୍ରମଣ ସକ୍ରିୟ ଭାବେ ବୃଦ୍ଧି ପାଉଛି । କାରଣ ଚୀନ୍ର ସାମ୍ପ୍ରତିକ ପରିସ୍ଥିତି ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ । କରୋନା ମାମଲାର ସଂଖ୍ୟା, ଗମ୍ଭୀରତା, ଟୀକାକରଣର ସ୍ଥିତି ଏବଂ ସେଠାରେ ଚାଲୁଥିବା ବିଭିନ୍ନ ପ୍ରକାର ପରିସ୍ଥିତି ବିଷୟରେ କିଛି ବି ସ୍ପଷ୍ଟ ହୋଇନି ।

 

Get real time updates directly on you device, subscribe now.