ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ କାର୍ ଦୁର୍ଘଟଣାରେ ୪ ବର୍ଷ ଶିଶୁର ମୃତ୍ୟୁ ଘଟିଛି । ୱାଦାଲା ଅଞ୍ଚଳରେ ଥିବା ଆମ୍ବେଡକର କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଘଟଣା ଘଟେଇଥିବା ୧୯ ବର୍ଷର ଡ୍ରାଇଭରଙ୍କୁ ମଧ୍ୟ ପୋଲିସ ଗିରଫ କରିନେଇଛି । କାରଟି ହାଇସ୍ପିଡରେ ଥିବା କାରଣରୁ ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ମୃତ ଶିଶୁଟିର ନାମ ଆୟୁଷ ଲକ୍ଷ୍ମଣ । ତାଙ୍କ ବାପା ଦିନ ମଜୁରିଆ ହୋଇଥିବାବେଳେ ପରିବାର ସହ ଆୟୁଷ ସେହି ଫୁଟଫାଥରେ ରହୁଥିଲେ । ଗାଡ଼ି ଚାଳକ ଜଣକ ସନ୍ଦୀପ ଗୋଲେ । ଯେ ଭାଇଲ୍ ପାର୍ଲେରେ ରହୁଥିବା ଜଣାପଡ଼ିଛି । ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ।
ଏହି ଦୁର୍ଘଟଣାର ଦୁର୍ଘଟଣାର ଗୋଟିଏଦିନପୂର୍ବରୁ ମୁମ୍ବାଇରେ ଆଉ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଇଲେକ୍ଟ୍ରିକ୍ ବସ୍ ଚଲାଉଥିବା ଡ୍ରାଇଭର ନିୟନ୍ତ୍ରଣ ହରାଇ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଗାଡ଼ି ମଡ଼େଇ ଦେଇଛନ୍ତି । ଯେଉଁଥିରେ ପାଖାପାଖି ୭ ଜଣଙ୍କ ମୃତ୍ୟୁ ଘଟିଥିଲା । ୪୨ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ୨୦ ଗାଡ଼ି ନଷ୍ଟ ହୋଇଥିବା କୁହାଯାଉଛି । ଗତ ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣା ବଢ଼ିଛି । କେନ୍ଦ୍ରର ସୂଚନା ଅନୁସାରେ ୨୦୧୮-୨୨ ମଧ୍ୟରେ ସଡ଼କ ଦୁର୍ଘଟଣାରେ ଦେଶରେ ମୋଟ ୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି ।