୪ ବର୍ଷର ଶିଶୁ ଖେଳିବା ସମୟରେ ଗିଳି ଦେଲା ହ୍ୱିସିଲ୍ ସିଟି.. ଜାଣିପାରିଲେନି ବାପା-ମା, ଏଭଳି ସ୍ଥିତିକୁ ଏଡାଇବେ କିପରି

ନୂଆଦିଲ୍ଲୀ: ବେଳେବେଳେ ପିଲାମାନେ ଏପରି କିଛି କାର୍ଯ୍ୟ କରି ବସନ୍ତି, ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଏହି ଘଟଣା ମଧ୍ୟ ସେହିପରି । ଏକ ଚାରି ବର୍ଷର ଶିଶୁ ଖେଳୁ ଖେଳୁ ହ୍ୱିସିଲ ସିଟି ଗିଳି ଦେଲା । ଯାହା ଫଳରେ ପିଲାଟିର ନିଶ୍ୱାସ ନେବାରେ ଅସୁବିଧା ହେଲା । ଯେତେବେଳେ ସେ ନିଶ୍ୱାସ ତ୍ୟାଗ କଲେ, ସେତେବେଳେ ଏକ ଅଜବ ପ୍ରକାର ଶବ୍ଦ ଶୁଣାଗଲା । ତେବେ ଅସୁବିଧା କ’ଣ ତାଙ୍କ ପିତାମାତା କିଛି ବୁଝି ପାରିଲେ ।

ବ୍ୟସ୍ତ ଓ ବିବ୍ରତ ହୋଇ ପିତାମାତାଙ୍କ ସହ ୪ ବର୍ଷର ଶିଶୁ ଏମ୍ସରେ ପହଞ୍ଚିଥିଲେ । ଅନୁସନ୍ଧାନ ପରେ ଜଣାପଡିଲା ଯେ ପିଲାଟି ଏକ ହ୍ୱିସିଲ୍ ଗିଳି ଦେଇଛି ଯାହା ନିଶ୍ୱାସ-ପ୍ରଶ୍ୱାସ ନଳୀରେ ଲାଗିଛି । ମିଳିଥିବା ଅନୁଯାୟୀ ଶିଶୁଟିକୁ ପ୍ରଥମେ ଚିକିତ୍ସା ପାଇଁ ଶିଶୁ ସର୍ଜରୀ ଏବଂ ମେଡିସିନ୍ ବିଭାଗରେ ଭର୍ତ୍ତି କରାଯାଇଥିଲା। ଏଠାରେ ବରିଷ୍ଠ ଡାକ୍ତରମାନେ ହ୍ୱିସିଲ୍ ବାହାର କରିବାକୁ ଚେଷ୍ଟା କରିଥିଲେ। ପରୀକ୍ଷା ପରେ ଡାକ୍ତରମାନେ ନିଷ୍ପତ୍ତି ନେଲେ ଯେ ଏଣ୍ଡୋସ୍କୋପି ମାଧ୍ୟମରେ ସିଟି ବାହାର କରିବେ । ଯଦିଓ ଏହା ଏକ ଜଟିଳ ଅସ୍ତ୍ରୋପଚାର ଥିଲା, ତଥାପି ଡାକ୍ତରମାନେ ଏଣ୍ଡୋସ୍କୋପି ମାଧ୍ୟମରେ ସିଟି ବାହାର କରିବାରେ ସକ୍ଷମ ହୋଇଥିଲେ।

ଡାକ୍ତରମାନେ କହିଛନ୍ତି ଯେ ଶିଶୁର ଅସ୍ତ୍ରୋପଚାର ଜଟିଳ ଥିଲା ଏବଂ ଯଦି ବିଫଳ ହୋଇଥାନ୍ତା ତେବେ ଶିଶୁଟିର ଜୀବନ ଚାଲି ଯିବାର ସମ୍ଭାବାନା ଥିଲା । ଏଭଳି ପରିସ୍ଥିତିରେ ଟ୍ରାକୋୟୋଷ୍ଟୋମି ପାଇଁ ବିଶେଷଜ୍ଞଙ୍କୁ ରଖାଯାଇଥିଲା । ଆବଶ୍ୟକ ପଡିଥିଲେ ଛାତି ଅସ୍ତ୍ରୋପଚାର କରାଯାଇଥାନ୍ତା ।

-ଶିଶୁଟିକୁ ଖେଳିବାକୁ ଛାଡିବା ବେଳେ ପିତା-ମାତା ସେମାନଙ୍କ ୁପରେ ନଜର ରଖିବା ଉଚିତ୍ ।

-ଶିଶୁମାନଙ୍କ ହାତରେ ଏଭଳି କୌଣସି ଜିନିଷ ଦେବା ଉଚିତ୍ ନୁହେଁ, ଯାହାକୁ ସେମାନେ ପାଟିରେ ପୁରାଇବେ ବା ଗିଳି ଦେବେ ।

-କାରଣ ଏକ ବର୍ଷରୁ ୫-୬ ବର୍ଷରା ପିଲାମାନଙ୍କ ହାତରେ ଯେଉଁ ଜିନିଷ ପଡେ ତାହାକୁ ସେମାନେ ପାଟିରେ ପୁରାନ୍ତି । ଯାହା ଦ୍ୱାରା ସେମାନଙ୍କ ଉପରେ ବିପଦ ରହିଥାଏ ।

-ତେଣୁ ଘର ହେଉ ଅବା ବାହାର ପିଲାମାନଙ୍କ ଉପରେ ସର୍ବଦା ନଜର ରଖନ୍ତୁ ।