fbpx

(Video) ୪୦ ମହଲା ବିଲଡିଂରେ ଅଚାନକ ଭାଙ୍ଗିଲା ଲିଫ୍ଟ: ୬ ଜଣଙ୍କ ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ: ଅନେକ ସମୟରେ ଅଧିକ ମହଲା ବିଶିଷ୍ଟ ବିଲଡିଂଗୁଡ଼ିକରେ ଅଚାନକ ଲିଫ୍ଟ ଅଚଳ ହୋଇଯାଇଥାଏ । ଏଭଳି ସ୍ଥିତିରେ ଲିଫ୍ଟରେ ଫଶି ରହିଥିବା ବ୍ୟକ୍ତି ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଅନେକ ସମୟରେ ଏହି କାରଣ ପାଇଁ ଜୀବନ ମଧ୍ୟ ଚାଲିଯାଇଥାଏ । ତେବେ ଏହା ମଧ୍ୟରେ ଗୋଟିଏ ୪୦ ମହଲା ବିଶିଷ୍ଟ ବିଲଡିଂରେ ଲିଫ୍ଟ ଭାଙ୍ଗି ଯାଇଛି । ଫଳରେ କିଛି ଲୋକଙ୍କର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, ମହାରାଷ୍ଟ୍ରର ଥାନେରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗୋଟିଏ ଲିଫ୍ଟ ଖସିବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ଏହି ଦୁର୍ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ହାହାକାର ମଚିଯାଇଛି । ଏହାପରେ ପୋଲିସକୁ ସୂଚନା ଦିଆଯିବା ସହିତ ଆମ୍ବୁଲାନ୍ସ ସହାୟତାରେ ଆହତଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ।

୪୦ ମହଲା ବିଶିଷ୍ଟ ବିଲଡିଂରେ ୱାଟର ପ୍ରୁଫିଂ କାମ ଚାଲିଥିଲା । କାମ ସରିବା ପରେ ଶ୍ରମିକମାନେ ଲିଫ୍ଟରେ ତଳକୁ ଆସୁଥିଲେ । ମାତ୍ର ଏହି ସମୟରେ ଅଚାନକ ଲିଫ୍ଟ ଛିଡ଼ିପଡ଼ିଥିଲା । ଏହାପରେ ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଥିଲା । ତେବେ ସମସ୍ତ ମୃତକ ବିଲଡିଂରେ କାମ କରୁଥିବା ଶ୍ରମିକ ବୋଲି ଚିହ୍ନଟ କରାଯାଇଛି । ଘଟଣା ଘଟିଥିବା ବିଲଡିଂ ଘୋଡ଼ବନ୍ଦର ରୋଡ଼ରେ ରହିଥିଲା । ନଗର ନିଗମର ବିପର୍ଯ୍ୟୟ ପରିଚାଳନା ସେଲ ମୁଖ୍ୟ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.