fbpx

ଭୁବନେଶ୍ୱର ମହାନଗର ନିଗମ ପାଇଁ ୪୧୬ଟି ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶା ଭାସ୍କର: ଭୁବନେଶ୍ୱର ମହାନଗର ନିଗମ-ବିଏମ୍‍ସିକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି । ପୂର୍ବରୁ ବିଏମ୍‍ସିରେ ୨୧୦ଟି ଅନୁମୋଦିତ ପଦବୀ ଥିବାବେଳେ ଏହି ୪୧୬ଟି ଅତିରିକ୍ତ ପଦବୀ ସୃଷ୍ଟି ଦ୍ୱାରା ମୋଟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଛି । ମହାନଗର ନିଗମର ପ୍ରଶାସନିକ କ୍ଷେତ୍ରରେ ପୂର୍ବରୁ ଗୋଟିଏ
ଆଡିସ୍‍ନାଲ କମିଶନର ପଦବୀ ଥିବାବେଳେ ବର୍ତ୍ତମାନ ଏଥିରେ ୩ଟି ପଦବୀ ବୃଦ୍ଧି କରାଯାଇ ମୋଟ ପଦବୀ ସଂଖ୍ୟା ୪ରେ ପହଁଚିଛି। ସେହିପରି ୬ଟି ନୂତନ ଜୋନାଲ୍‍ କମିଶନର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି ।

ପୂର୍ବରୁ ୩ଟି ପଦବୀ ଥିବା ଡେପୁଟୀ କମିଶନର ପଦବୀରେ ଆଉ ୧୩ଟି ବୃଦ୍ଧି କରାଯାଇଥିବାରୁ ଏହି ସଂଖ୍ୟା ୧୬ରେ ପହଁଚିଛି। ଏହାସହିତ ପୂର୍ବରୁ ୪ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ଥିବାବେଳେ ଆଉ ୯ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୩ଟି ପଦବୀ ରଖାଯାଇଛି । ନିଗମର ଅର୍ଥ ବିଭାଗରେ ୧୧ଟି ନୂତନ ପଦବୀ ସୃଷ୍ଟି କରାଯାଇଥିବାବେଳେ ଯୋଜନା ବିଭାଗରେ ୪ଟି
ନୂତନ ପବଦୀ ସୃଷ୍ଟି କରାଯାଇଛି । ଇଞ୍ଜିନିୟରିଂ ୱାର୍କସ୍‍ ବିଭାଗରେ ୨ଟି ସିଭିଲ୍‍ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀକୁ ୬କୁ ବୃଦ୍ଧି କରାଯାଇଛି ।

ସେହିପରି ଡ୍ରେନେଜ୍‍ ବିଭାଗରେ ୨୦ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ୱାର୍ଡ ପରିଚାଳନା କ୍ଷେତ୍ର ପାଇଁ ନୂତନ ୧୮୭ଟି ପଦବୀ ସୃଷ୍ଟି କରାଯାଇଛି । ପୂର୍ବରୁ ଏଥିରେ ୮୧ଟି ପଦବୀ ଥିଲା । ବର୍ତ୍ତମାନ ଏହା ୨୬୮କୁ ବୃଦ୍ଧି ପାଇଛି । ସେହିପରି ସାନିଟାରୀ ଇନସ୍‍ପେକ୍ଟର ପଦବୀ ସଂଖ୍ୟା ପୂର୍ବରୁ ୬ ଥିବାବେଳେ ଏଥିରେ ୬୧ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । କମ୍ୟୁନିଟି ଅର୍ଗାନାଇଜର ପଦବୀ ସଂଖ୍ୟା ୨୫ରୁ ବୃଦ୍ଧି ପାଇଁ ୬୭ରେ ପହଁଚିଛି।

Image

 

Get real time updates directly on you device, subscribe now.