fbpx

NIACLରେ ୪୫୦ ପଦ ଖାଲି: ସ୍ନାତକଙ୍କ ପାଇଁ ବଢ଼ିଆ ଅଫର୍, ଆଜିଠାରୁ ଆବେଦନ ଆରମ୍ଭ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କୋ. ଲିମିଟେଡ (ଏନଆଇଏସିଏଲ) ପକ୍ଷରୁ ୪୫୦ଟି ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଜେନେରାଲିଷ୍ଟସ ଓ ସ୍ପେଶାଲିଷ୍ଟସ ପଦରେ ନିଯୁକ୍ତି ନିଆଯିବ । ଚଳିତ ବର୍ଷ ଅଗଷ୍ଟ ମାସ ୧ ତାରିଖ ସୁଦ୍ଧା ପ୍ରାଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଆବେଦନ କରିବା ପୂର୍ବରୁ ନୋଟିଫିକେସନକୁ ଭଲ ଭାବେ ପଢ଼ିବାକୁ ଅନୁରୋଧ ।

ଜେନେରାଲିଷ୍ଟ ପାଇଁ ପ୍ରାର୍ଥୀ ଅତିକମରେ ଗ୍ରାଜୁଏସନ / ପୋଷ୍ଟ ଗ୍ରାଜୁଏସନ କରିଥିବା ଆବଶ୍ୟକ । ସେହିପରି ରିସ୍କ ଇଞ୍ଜିନିୟର୍ସଙ୍କ ପାଇଁ ଇଞ୍ଜିନିୟରିଂରେ ଗ୍ରାଜୁଏସନ / ପୋଷ୍ଟ ଗ୍ରାଜୁଏସନ କରିଥିବା ଆବଶ୍ୟକ ଓ ଅଟୋବୋବାଇଲ ଇଞ୍ଜିନିୟର୍ସ ପାଇଁ ପ୍ରାର୍ଥୀ ଅଟୋବୋବାଇଲ ଇଞ୍ଜିନିୟରିଂରେ ବି.ଇ / ବି.ଟେକ / ଏମ.ଇ / ଏମ.ଟେକ ପାସ୍ କରିଥିବା ଆବଶ୍ୟକ ।

ଅଗଷ୍ଟ ମାସ ୧ ତାରିଖରୁ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ୨୧ ତାରିଖରେ ସମାପ୍ତ ହେବ । ଏହାପରେ ସେପ୍ଟେମ୍ବର ମାସ ୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଅବଜେକ୍ଟିଭ ସମ୍ଭାବ୍ୟ ପରୀକ୍ଷା ଅନଲାଇନ ହେବ । ଏହାପରେ ଅକ୍ଟୋବର ମାସ ୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଅବଜେକ୍ଟିଭ ସହିତ ଡେସ୍କ୍ରିପ୍ଟିଭ୍ ସମ୍ଭାବ୍ୟ ପରୀକ୍ଷା ଅନଲାଇନରେ ଅନୁଷ୍ଠିତ ହେବ । ଏସସି / ଏସଟି / ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ୮୫୦ ଟଙ୍କା ଆବେଦନ ଫିସ୍ ରହିଛି । ଏସସି / ଏସଟି / ପିଡବ୍ଲ୍ୟୁଡିଙ୍କ ପାଇଁ ୧୦୦ ଟଙ୍କା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: Available on 01.08.2023

ନୋଟିଫିକେସନ ଲିଙ୍କ: https://www.newindia.co.in/cms/3bebcbfa-feaa-4e19-ace7-2de62d1de0af/DETAILEDADVERTISEMENT-NIACLAODRRE2023(1).pdf?guest=true

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.newindia.co.in/portal/

Get real time updates directly on you device, subscribe now.