fbpx

ପୁଣି ତୀବ୍ର ଗତିରେ ବ୍ୟାପୁଛ କରୋନା ସଂକ୍ରମଣ, ମାତ୍ର ୪୮ ଘଣ୍ଟାରେ ୧୭୦ ଡାକ୍ତର କୋଭିଡ଼ ପଜିଟିଭ

ମୁମ୍ବାଇ : ମୁମ୍ବାଇ ସହିତ ମହାରାଷ୍ଟ୍ରର ଅନ୍ୟ ସ୍ଥାନରେ କରୋନା ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ରୋଗୀଙ୍କ ଦୈନିକ ସଂଖ୍ୟା ଏବେ ୧୮ ହଜାରରୁ ଅଧିକ ହୋଇଛନ୍ତି । ସବୁଠାରୁ ଅଧିକ ଚିନ୍ତାଜନକ ବିଷୟ ହେଉଛି ଯେ, ଦେବଦୂତ ଭାବେ ରୋଗୀଙ୍କ ସେବା କରୁଥିବା ଡାକ୍ତରମାନେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ମୁମ୍ବାଇ ମହାନଗରପାଳିକାର ତଥ୍ୟ ଅନୁଯାୟୀ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ରେସିଡେଣ୍ଟ ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର କହିବା ଅନୁଯାୟୀ କେବଳ ୪୮ ଘଂଟାରେ ୧୭୦ ରେସିଡେଣ୍ଟ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି ।

Get real time updates directly on you device, subscribe now.