fbpx

ଉତ୍ତରାଖଣ୍ଡ ତାଣ୍ଡବ: ଚତୁର୍ଥ ଦିନ ସୁଦ୍ଧା ୩୨ ମୃତଦେହ ଉଦ୍ଧାର, ୨୦୬ ନିଖୋଜ

ନୂଆଦିଲ୍ଲୀ, ୧୦ା୨: ଉତ୍ତରାଖଣ୍ଡରେ ଘଟିଥିବା ହିମ ସ୍ଖଳନର ଉଦ୍ଧାର କାର୍ଯ୍ୟ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଏହି କାର୍ଯ୍ୟରେ ୫ ଶହ ଯବାନଙ୍କୁ ନିୟୋଜିତ କରାଯାଇଛି । ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମଧ୍ୟ ୨୦୬ ଜଣ ନିଖୋଜ ରହିଥିବା ଜଣାପଡ଼ିଛି । ତେବେ ତପୋବନ ସୁଡ଼ଙ୍ଗ ମଧ୍ୟରେ ୩୦ ଜଣ ଏବେ ବି ଫସି ରହିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଗ୍ଲାସିୟର ଭାଙ୍ଗିଯିବା ଫଳରେ ଏକ ଭୟଙ୍କର ପ୍ରଳୟ ସୃଷ୍ଟି ହୋଇଥିଲା । ଜିଲ୍ଲାର ରେନି ଗ୍ରାମ ନିକଟରେ ଗ୍ଲାସିୟର ଭାଙ୍ଗିଯିବା ଦ୍ୱାରା ବହୁ ଗ୍ରାମବାସୀ କ୍ଷତିଗ୍ରସ୍ତ ହୋଇଥିଲେ । ଉକ୍ତ ଅଞ୍ଚଳରେ ଚାଲୁଥିବା ଋଷି ଗଙ୍ଗା ପ୍ରୋଜେକ୍ଟ ନଷ୍ଟ ହୋଇଥିଲା । ସେଠାରେ କାର୍ଯ୍ୟ କରୁଥିବା କିଛି ଶ୍ରମିକ ନିଖୋଜ ହୋଇଯାଇଥିଲେ । ଏହି ବିପର୍ଯ୍ୟୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଥିଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ଏକ ହେଲପ ଲାଇନ ନମ୍ବର ଜାରି କରିଥିଲେ । ବହୁ ଅଭିନେତା, କ୍ରୀଡ଼ାବିତ ପୀଡ଼ିତଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ସହାୟତାର ହାତ ବଢ଼ାଇଥିଲେ ।

Get real time updates directly on you device, subscribe now.