fbpx

Workation ପାଇଁ ୫ଟି ଶସ୍ତା ସହର, ଯେଉଁଠାରେ କାମ କରିବା ସହ ସ୍ତ୍ରୀ-ଛୁଆ ସବୁ ରହିବେ ଖୁସି

ନୂଆଦିଲ୍ଲୀ: ଘରେ ରହି ଅଫିସର କାମ କରିବା, ଘର ସମ୍ଭାଳିବା ଚ୍ୟାଲେଞ୍ଜିଂ ହୋଇଥାଏ । ତେବେ ୱାର୍କେସନ କମ ଦିନ ପାଇଁ ହୋଇଥାଏ ଯେଉଁଥିରେ ଲୋକଙ୍କୁ ନିଜ କାମ ଏବଂ ପରିବାର ବା ମନୋରଞ୍ଜନରେ ସନ୍ତୁଳନ ରକ୍ଷା କରିବା ପାଇଁ ଶିକ୍ଷା ଦିଆଯାଇଥାଏ ।

ଗୋଆ ସୁନ୍ଦର ସମୁଦ୍ର କୂଳ ପାଇଁ, ସଂସ୍କୃତି ଏବଂ ଶାନ୍ତି ବାତାବରଣ ପାଇଁ ଲୋକପ୍ରିୟ ଅଟେ । ଏହି କାରଣରୁ ଗୋଆ ୱାର୍କେସନ ପାଇଁ ଉତ୍ତପ ଅଟେ । ଏଠାରେ ପାର୍ଟୀ ପାଇଁ ହୋଟେଲ ଏବଂ ବାରରେ କୋ- ୱାର୍କିଙ୍ଗ ସ୍ପେସ ପାଇଁ ଅନେକ କାଫେ ରହିଛି ।

ଋଷିକେଶକୁ ପର୍ଯ୍ୟଟକଙ୍କ ଆଧ୍ୟାତ୍ମ, ଯୋଗ ଏବଂ ନିଜକୁ ଚିନ୍ତାରୁ ମୁକ୍ତ କରିବା ଲାଗି ଏଠାକୁ ଆସନ୍ତି । ୱାର୍କେସନରେ ଆପଣ ଗଙ୍ଗା କୂଳରେ ବସି ଏହି ସହରରେ ଆଶ୍ରମମାନଙ୍କରେ ରହି କାମ କରିପାରିବେ ।
କେରଳର ବରକଳା ସହର ନିଜ ଶାନ୍ତି ବାତାବରଣ ଏବଂ ସୁନ୍ଦର ସମୁଦ୍ର କୂଳ କାରଣରୁ ଫେମସ ଅଟେ । ଏଠାରେ ୱାର୍କେସନରେ ଆସୁଥିବା ଲୋକମାନଙ୍କ ସଂଖ୍ୟାରେ ଅନେକ ବୃଦ୍ଧି ଘଟିଛି । ଲୋକମାନେ କାମ କରିବା ସହ ନିଜ ୱାର୍କେସନ ମଧ୍ୟ ଏନଜଏ କରିପାରିବେ ।

ହିମାଚଳ ପ୍ରଦେଶରେ ଏପରି ଅନେକ ସ୍ଥାନ ରହିଛି, ଯେଉଁଠାରେ ଲୋକେ ୱାର୍କେସନରେ ଯିବାକୁ ପସନ୍ଦ କରନ୍ତି । ଏଥିରେ ମନାଲୀର ନାମ ସବୁଠାରୁ ଉପରେ ରହିଛି । ଏଠାରେ ଆପଣ ବି ଆପଣଙ୍କ ଫ୍ୟାମିଲିଙ୍କ ସହ ଯାଇ ସମୟ ବିତାଇ ପାରିବେ ।

ମନାଲୀ ତୁଳନାରେ ଶିମଲା ଏବଂ କୁଲ୍ଲୀରେ ପର୍ଯ୍ୟଟକଙ୍କ ଭିଡ କମ ହୋଇଥାଏ, ଯେଉଁ କାରଣରୁ ଲୋକେ ସୁନ୍ଦର ପାହାଡ ପରିବେଶର ମଜା ନେବା ସହ କାମ ଉପରେ ମଧ୍ୟ ପ୍ରାଥମିକତା ଦେଇପାରିବେ ।

Get real time updates directly on you device, subscribe now.