fbpx

Special 26 ଫିଲ୍ମ ଷ୍ଟାଇଲରେ କରୁଥିଲେ ଲୁଟ୍, ଗିରଫ ହେଲେ ୫ ନକଲି CBI ଅଫିସର

Advertisement

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ସ୍ପେଶାଲ ୨୬ ଷ୍ଟାଇଲରେ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ୍ ହୋଇଛି । ଏହି ଗ୍ୟାଙ୍ଗର ୫ ନକଲି ସିବିଆଇଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । କରୋଲବାଗ ଅଞ୍ଚଳରେ ସୁନା ଓ ହୀରା କାରବାରରେ ଏମାନେ ସଂପୃକ୍ତ ଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ପୋଲିସ ଏହି ମାମଲାରେ ବାଲେ ମହମ୍ମଦ, ମହମ୍ମଦ କାବିଲ, ଅନୱର, ଶୌକତ ଓ ମୁଖତାରଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ଫେକ୍ ସିବିଆଇ ଆଇକାର୍ଡ ଜବତ କରିଛି । ଜଣାପଡ଼ିଛି ଯେ, ଗତ ଜୁନ ୨୭ ତାରିଖରେ ଦିଲ୍ଲୀର କରୋଲ ବାଗ ଅଞ୍ଚଳରୁ କିଛି ଲୋକ ନକଲି ସିବିଆଇ ଅଫିସର ହୋଇ ସୁନାଗହଣା ଲୁଟିନେଇଥିଲେ । ତେତେବେ ସ୍ପେଶାଲ ୨୬ ଫିଲ୍ମ ଷ୍ଟାଇଲରେ ହୋଇଥିବା ଏହି ଲୁଟର ପର୍ଦ୍ଦାଫାସ କରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ପୋଲିସ ଉକ୍ତ ଅଞ୍ଚଳର ୧ କିମି ଦୂରତା ମଧ୍ୟରେ ଥିବା ଅନେକ ସିସିଟିଭି ଯାଞ୍ଚ କରିଥିଲା । ସେଥିରୁ ପୋଲିସକୁ କିଛି ଅଭିଯୁକ୍ତଙ୍କ ବିଷୟରେ ସୂଚନା ମିଳିଥିଲା । ଏହାପରେ ପୋଲିସ ଆଇଆରସିଟିସି ମାଧ୍ୟମରେ ୫ ଜଣଙ୍କର ସବିଶେଷ ତଥ୍ୟ ହାସଲ କରି ଝାନ୍ସି ନିକଟରୁ ଏକ ଟ୍ରେନରୁ ସେମାନଙ୍କୁ ଗିରଫ କରିଥିଲା । ତେବେ ଏହି ଅଭିଯୁକ୍ତଙ୍କଠାରୁ ଗହଣା କିଣିଥିବା ବେପାରୀ ଜଣଙ୍କ ଫେରାର ହୋଇଯାଇଛନ୍ତି ।

Get real time updates directly on you device, subscribe now.