fbpx

ଗୁରୁ ଦିବସରେ ଜାଣନ୍ତୁ ଦେଶର ୫ ଜଣ ମହାନ ଶିକ୍ଷକଙ୍କ ବିଷୟରେ …

ଭୁବନେଶ୍ୱର: ପ୍ରାଚୀନ କାଳରୁ, ଆମ ଦେଶରେ ଗୁରୁମାନଙ୍କୁ ଭଗବାନଙ୍କ ରୂପ ଭାବରେ ବିବେଚନା କରାଯାଏ | ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ, ସେପ୍ଟେମ୍ବର ୨ ଅର୍ଥାତ ଆଜିର ଦିନକୁ ଗୁରୁ ଦିବସ ଭାବରେ ପାଳନ କରାଯାଏ। ତେବେ ଆଜିର ପୁଣ୍ୟ ଦିବସରେ ଆସନ୍ତୁ ଦେଶର ୫ ଜଣ ମହାନ ଶିକ୍ଷକଙ୍କ ବିଷୟରେ ଆଲୋଚନା କରିବା | ଯେଉଁମାନେ କେବଳ ଦେଶରେ ନୁହେଁ, ସାରା ବିଶ୍ଵରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

  • ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍

ଭାରତର ପୂର୍ବତନ ରାଷ୍ଟ୍ରପତି, ମହାନ ଶିକ୍ଷକ ତଥା ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ୫ ସେପ୍ଟେମ୍ବର ୧୮୮୮ରେ ତାମିଲନାଡୁର ଏକ ଛୋଟ ଗାଁ ତିରୁସାନୀରେ ଜନ୍ମଗ୍ରହଣ କରିଥିଲେ। ସେ ମାଇସୋର, କଲିକତା, ହାର୍ଭାର୍ଡ, ହାରିସ୍ ମଞ୍ଚେଷ୍ଟର ଏବଂ ଅକ୍ସଫୋର୍ଡ ୟୁନିଭରସିଟି ପରି ଅନେକ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ। ତେବେ ତାଙ୍କ ଶିକ୍ଷାଦାନ ପଦ୍ଧତି ଏବଂ ଛାତ୍ର ବତ୍ସଳତା ପାଇଁ ସେ ସମସ୍ତଙ୍କର ଅତି ପ୍ରିୟ ଶିକ୍ଷକ ପାଲଟି ଯାଇଥିଲେ | ତେବେ ଏପ୍ରିଲ ୧ରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ମୃତ୍ୟୁ ହୋଇଥିଲା।

  • ଚନ୍ଦ୍ରଶେଖର ଭେଙ୍କଟ ରମଣ

ଭାରତୀୟ ପଦାର୍ଥ ବିଜ୍ଞାନୀ ଚନ୍ଦ୍ରଶେଖର ଭେଙ୍କଟରାମନ୍ ୭ ନଭେମ୍ବର ରେ ତାମିଲନାଡୁର ତିରୁଚିରାପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଚନ୍ଦ୍ରଶେଖର ଭେଙ୍କଟାରାମନ୍ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏକ ଅପୂର୍ବ ଅବଦାନ। ୧୯୩୦ ମସିହାରେ ଆଲୋକ ପ୍ରତିସରଣ ଉପରେ ଗବେଷଣା ‍‌(ରମଣ ପ୍ରଭାବ) ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଆବିଷ୍କାର କରିଥିଲେ ଯେ ଆଲୋକ ରଶ୍ମି ଯେତେବେଳେ ଗୋଟିଏ ସ୍ୱଚ୍ଛ ପଦାର୍ଥ ଦେଇ ଅତିିିିକ୍ରମ କରେ , କିଛି ଆଲୋକ ରଶ୍ମି ବିଚ୍ଛୁରିତ ହୋଇଯାନ୍ତି ଏବଂ ତାଙ୍କର ଦୈର୍ଘ୍ୟ ଓ ବିସ୍ତୃତିରେ ପରିବର୍ତ୍ତନ ହୁଏ ।ଏହି ପ୍ରତ୍ୟକ୍ଷ ଭାବେ ପରିପ୍ରକାଶ ଘଟଣାକୁ ରମଣ ବିିିିଚ୍ଛୁରଣ କୁହାଯାଏ, ଯାହାକି ରମଣ ପ୍ରଭାବଦ୍ୱାରା ହୋଇଥାଏ । ୧୯୫୪ରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । | ସେ ୨୧ ନଭେମ୍ବର ୧୯୭୦ ରେ ବାଙ୍ଗାଲୋରରେ ମୃତ୍ୟୁ ବରଣ କରିଥିଲେ।

  • ଡକ୍ଟର ଏପିଜେ ଅବଦୁଲ କଲାମ

ମିସାଇଲ୍ ମ୍ୟାନ୍ ଭାବରେ ଜଣାଶୁଣା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ୧୫ ଅକ୍ଟୋବର ୧୯୩୧ରେ ତାମିଲନାଡୁର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ। ସେ ସର୍ବଦା ଚାହୁଁଥିଲେ ଯେ ତାଙ୍କୁ ଜଣେ ଭଲ ଶିକ୍ଷକ ଭାବରେ ସ୍ମରଣ କରାଯାଉ। ଡ. ଅବଦୁଲ କଲାମ ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି ।ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର “ଭାରତ ରତ୍ନ”ରେ ସମ୍ମାନିତ କରାଯାଇଥିଲା । ଡକ୍ଟର ଏପିଜେ ଅବଦୁଲ କଲାମ ୨୭ ଜୁଲାଇ ୨୦୧୫ ରେ IIS ଶୀଲୋଙ୍ଗରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ଜନ୍ମ ବାର୍ଷିକୀକୁ ବିଶ୍ୱ ଛାତ୍ର ଦିବସ ଭାବେ ପାଳନ କରାଯାଏ |

  • ଜେ. କୃଷ୍ଣମୂର୍ତ୍ତି

ଜଣେ ଦାର୍ଶନିକ ତଥା ପ୍ରଫେସର ଭାବରେ ଜଣାଶୁଣା କୃଷ୍ଣମୂର୍ତ୍ତି ୧୮୯୫ ମସିହାରେ ଆନ୍ଧ୍ରପ୍ରଦେଶର ମଦନପାଲିରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। କୃଷ୍ଣମୂର୍ତ୍ତି ଦୁନିଆର ଅନେକ ସ୍ଥାନ ଭ୍ରମଣ କରି ଲୋକଙ୍କୁ ଶିକ୍ଷା ଦେଇଥିଲେ ଏବଂ ଲୋକଙ୍କଠାରୁ ଶିକ୍ଷା ଲାଭ କରିଥିଲେ। ସେ ତାଙ୍କର ସମସ୍ତ ଜୀବନ ଶିକ୍ଷକ ଏବଂ ଛାତ୍ର ଭାବରେ ଅତିବାହିତ କରିଥିଲେ | ୧୯୮୬ ମସିହାରେ ଆମେରିକାରେ କୃଷ୍ଣମୂର୍ତ୍ତିଙ୍କର ଦେହାନ୍ତ ହୋଇଥିଲା।

  • ନନ୍ଦ କିଶୋର ପୃଷ୍ଟି

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ନନ୍ଦ କିଶୋର ପୃଷ୍ଟି (ନନ୍ଦ ସାର୍) କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବିନା ପାରିଶ୍ରମିକରେ ତିନି ପିଢ଼ି ଧରି ନିରବଚ୍ଛିନ୍ନ ଭାବେ ପିଲାଙ୍କୁ ଶିକ୍ଷାଦାନ କରି ଆସୁଥିବା ନନ୍ଦ ସାର ଶିକ୍ଷକ ସମାଜ ପାଇଁ ପ୍ରେରଣା । ୧୯୩୯ ମସିହାରେ ସେ ହାତିବାରୀ ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଥିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଅଧିକ ପାଠପଢ଼ା ବନ୍ଦ କରି, ଚାଷକାମ କରିବା ଆରମ୍ଭ କରିଥିଲେ । ତାଙ୍କ ଗାଁରେ ପିଲାମାନଙ୍କ ଶିକ୍ଷାପାଇଁ ସୁବିଧା ନଥିବାରୁ ସେ ୧୯୪୬ ମସିହାରୁ ନିଜେ ପିଲାଙ୍କୁ ପାଠ ପଢ଼େଇବା ଆରମ୍ଭ କରିଥିଲେ । ତାଙ୍କ ବୟସରୁ ୧୦୦ରୁ ଅଧିକ ହେବା ପରେ ମଧ୍ୟ, ସେ ଛୋଟ ପିଲାମାନଙ୍କୁ ସକାଳ ସନ୍ଧ୍ୟା ଦୁଇବେଳା ଓ ବୟସ୍କମାନଙ୍କୁ ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ପାଠ ପଢ଼ାଉଥିଲେ । ୭୫ ବର୍ଷର ଶିକ୍ଷାଦାନ ମଧ୍ୟରେ ନନ୍ଦ ସାର ୩୦୦୦ରୁ ଅଧିକ ଛାତ୍ରଛାତ୍ରଙ୍କୁ ଶିକ୍ଷିତ କରିଛନ୍ତି । ୨୦୨୧ ମସିହା ଡିସେମ୍ବର ୭ ତାରିଖରେ କରୋନାରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ପରଲୋକ ଘଟିଥିଲା ।

Get real time updates directly on you device, subscribe now.